Odiapua.com

ମନ୍ତ୍ରୀ ପଦ୍ମିନୀ ଦିଆନ ଓ କୋରାପୁଟ ବିଧାୟକଙ୍କୁ ସମ୍ବର୍ଦ୍ଧନା

କୋରାପୁଟ ; ତା୦୨-୦୬-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ଶାସନରେ ରାଷ୍ଟ୍ର ମନ୍ତ୍ରୀ ହୋଇଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିଆନ ଓ କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ରବିବାର କୋରାପୁଟ ସ୍ୱତନ୍ତ୍ରର ସର୍କିଟ ହାଉସରେ ଜିଲା ପ୍ରଶାସନ ଓ ଜିଲା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଛି। ମନ୍ତ୍ରୀ ଶ୍ରୀମତି ଦିଆନ ରବିବାର ଅପରାହ୍ନରେ ସର୍କିଟ ହାଉସରେ ପହଂଚିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ଜିଲା ପ୍ରଶାସନ ପକ୍ଷରୁ ଯୋଗ ଦେଇ ଫୁଲତୋଡା ଦେବା ସହ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲା ବିଜେଡି ସଭାପତି ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମତି ଦିଆନଙ୍କୁ ସ୍ୱାଗତ କରିବା ସହ କୋରାପୁଟ ଜିଲାର ଜଣେ ଆଦିବାସୀ ବିଧାୟିକାଙ୍କୁ ମନ୍ତ୍ରୀ ମଣ୍ଡଳରେ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋରାପୁଟର ଭାରପ୍ରାପ୍ତ ଜିଲା ପରିଷଦ ଅଧ୍ୟକ୍ଷା ତୂଳସୀ କିର୍ଷାନୀ, ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତୀ, ମହିଳା ବିଜେଡିର ଜିଲା କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହି, ସୁନାବେଡା ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ, ଯୁବ ବିଜେଡି ଜିଲା ସଭାପତି ଅମିତ ଅଗ୍ରଓାଲ, ବିଜେଡି ନେତା ମାଧବ ଖୋସ୍ଲା, ଅଶ୍ୱିନୀ ସାହୁ, ଏଲିନା ବେହେରା, ବ୍ଲକ ସଭାପତି ସଂଜୟ ମହାନ୍ତି,  ମୋତି ରଂଜନ ବେହେରା, କୋରାପୁଟ ବାର ଆସୋସିଏସନର ସଭାପତି ସୁଦର୍ଶନ ଗୈାଡ,  ଓକିଲ କମଳାକାନ୍ତ ଦାସ,  ଏସ.ମିଶ୍ର, କୋରାପୁଟ ଜିଲ୍ଲା ଯୁବ ବିଜେଡିର ଉପସଭାପତି ଭରତ ମଲ୍ଲିକ,  ସନ୍ତୋଷ ପଣ୍ଡା,  ବିବେକ ରଂଜନ ସେଠୀ,  ଅଶୋକ ଷଣ୍ଢ,  ପୂର୍ବତନ କାଉନସିଲର ରାମଚନ୍ଦ୍ର ମାଝି ଓ ଅମ୍ବିକା ଷଣ୍ଢ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ।