Odiapua.com

ମଣ୍ଡିରେ ମାଣ୍ଡିଆ ବିକ୍ରୀ ହୋଇ ନ ପାରି ପଡିରହିଛି ,ବିକ୍ରୀ ହେବ କି ନାହିଁ ଚିନ୍ତାରେ ଚାଷୀ

କୋରାପୁଟ ୨୭-୦୩(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାର ମଣ୍ଡି ସ୍ଥାପନ କରି ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟ କରୁଥିବାରୁ କୋରାପୁଟ ଜିଲ୍ଲାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ପାଇଥିଲା ଓ ଚାଷୀ ସରକାରୀ ମଣ୍ଡିରେ ମାଣ୍ଡିଆ ବିକ୍ରୀ କରିବା ନିମନ୍ତେ ଉତ୍ସାହିତ ଥିଲେ ।କିନ୍ତୁ ମାଣ୍ଡିଆ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକା କ୍ରୟ ହୋଇଥିବା ଦର୍ଶାଇ  ମାଣ୍ଡିଆ କ୍ରୟ କରିବା ବନ୍ଦ କରିଦେଇଥିଲେ । ଯଦ୍ୱାରା ଏବେ ମଣ୍ଡିରେ ମାଣ୍ଡିଆ ବିକ୍ରୀ ନ ହୋଇ ପଡିରହିଥିବା  ଶୈଳେନ୍ଦ୍ର କୁମାର ଖିଲ ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଲାରେ ୩୬୯ ଜଣ ଚାଷୀଙ୍କ ୪୫୧୩ .୫୧ କ୍ୱିଟାଂଲ ମାଣ୍ଡିଆ ବିକ୍ରୀ କରାଯାଇଛି କିନ୍ତୁ ଚାଷୀମାନେ ଟଙ୍କା ପାଇ ନ ଥିବା ସେ ଅଭିଯୋଗ କରିଛନ୍ତି ।୩୧୩ ଜଣ ଚାଷୀଙ୍କ୨୭୯୫.୭୭ କ୍ୱିଟାଂଲ ମାଣ୍ଡିଆ ଖୋଲା ମଣ୍ଡିରେ ପଡିରହିଥିବା ବେଳେ ଜିଲ୍ଲାରେ ଅଦିନିଆ ବର୍ଷାରେ ମାଣ୍ଡିଆ ଓଦା ହେଉଥିବା ସେ ଆହୁରୀ ଅଭିଯୋଗ କରିଥିଲେ ।୨୭ ଦିନ ହେଲାଣି ଚାଷୀ ମଣ୍ଡିରେ ନିଜ ଉତ୍ପାଦିତ ମାଣ୍ଡିଆକୁ ଜଗି ରହିଛି କିନ୍ତୁ ଜିଲ୍ଲା ପ୍ରଶାସନ କ୍ରୟ କରୁ ନ ଥିବା ସେ ପ୍ରକାଶ କରିଛନ୍ତି ।ମାଣ୍ଡିଆ ଚାଷୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ କିନ୍ତୁ ଛୁଟିଦିନ ଥିବାରୁ ଜିଲ୍ଲାପାଳଙ୍କୁ ନ ଭେଟି କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ମଣ୍ଡିରେ ରହିଥିବା ମାଣ୍ଡିଆ ଯଦି ଜିଲ୍ଲା ପ୍ରଶାସନ ତରଫରୁ  କ୍ରୟ କରାଯିବ ନାହିଁ ତେବେ ଚାଷୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି ।କୋରାପୁଟ ଜିଲ୍ଲା ପାଇଁ ୭୧ ହଜାର ୩୦୦ କ୍ୱିଟାଂଲ ମାଣ୍ଡିଆ କ୍ରୟ କରିବା ନିମନ୍‌ତେ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ୭୧୧୮୪.୪୨ କ୍ୱିଟାଂଲ ମାଣ୍ଡିଆ କ୍ରୟ କରାଯାଇଥିବା ଟିଡିସିସି ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ସୂଚନା ଦେଇଛନ୍ତି ।ଜିଲ୍ଲାରେ ୪୦ ଟି ମଣ୍ଡି କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ।ସମୁଦାୟ ୬୬୬୭୦.୯୧ କ୍ୱିଟାଂଲ ମାଣ୍ଡିଆର ଅର୍ଥ ପୈଠ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଏକ କୋଟି  ୪୮ ଲକ୍ଷ ୭୦ ହଜାର ଟଙ୍କା ଚାଷୀମାନେ ପାଇବାକୁ ରହିଥିବା ସେ ପ୍ରକାଶ କରିଛନ୍ତି । ଜିଲ୍ଲାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଅନଲାଇନ ହୋଇପାରି ନ ଥିବାରୁ ଚାଷୀମାନେ ଅର୍ଥ ପାଇ ନ ଥିବା ସେ ପ୍ରକାଶ କରିବା ସହ ଚାଷୀମାନେ କିପରି ଅର୍ଥ ପାଇବେ ସେଥି ନିମନ୍ତେ କୋରାପୁଟ ଜିଲ୍ଲାପାଳ ବିଭାଗକୁ ଚିଠି ଲେଖିଥିବା ସେ ସୂଚନା ଦେଇଛନ୍ତି ।ଚାଷୀମାନେ କିପରି ସେମାନଙ୍କ ପ୍ରାପ୍ୟ ଅର୍ଥ ପାଇବେ ଓ ରହିଯାଇଥିବା ମାଣ୍ଡିଆକୁ ସରକାର ତୁରନ୍ତ କ୍ରୟ କରିବାକୁ ସାଧାରଣରେ ଦାବି ହେଉଛି ।