Odiapua.com

ଭୋଟର ସଂଶୋଧନ ଚିଠା ପ୍ରକାଶିତ ;ଫର୍ମ ନମ୍ବର ୬ ରେ ନାମ ପଞିକରଣ କରିବାକୁ ଆହ୍ୱାନ

କୋରାପୁଟ ; ତା୦୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଭୋଟର ସଂଶୋଧନ ଚିଠା ଆଜି ରାଜ୍ୟରେ ପ୍ରକାଶିତ ହୋଇଥିବା କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।କୋରାପୁଟ ଉପଖଣ୍ଡରେ ଥିବା ୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୬୬୩ ଟି ବୁଥରେ ନୂତନଭାବରେ ନାମପଞିକରଣ ଥିବା ବ୍ୟକ୍ତିମାନେ ଫର୍ମ ନମ୍ବରେ ୬ରେ ନାମ ପଞିକରଣ କରିବାକୁ ସେ ଆହ୍ୱାନ ଦେଇଥିଲେ ।ଏହା ଆସନ୍ତା ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେବା ସହ ଅନଲାଇନରେ ମଧ୍ୟ ପଞିକରଣ କରିହେବ ବୋଲି ସେ ପ୍ରକାଶ କରିଥିଲେ ।ବିଏଲଓ , ଏଆରଓ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫର୍ମ ମହଜୁଦ ରହିଥିବା ସେ ସୂଚନା ଦେଇଥିଲେ ।ଯାହାର ନାମ ଏକାଧିକ ନିର୍ବାଚନ ମଣ୍ଡଳିରେ ରହିଛି ତାହାକୁ କାଟିଦେବାକୁ ସେ ନିବେଦନ କରିଥିଲେ ।ଆସନ୍ତା ବର୍ଷ ଜାନୁଆରୀ ମାସରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ ପ୍ରକାଶ କରିଥିଲେ । ପ୍ରତିବର୍ଷ ୨.୫ ପ୍ରତିଶତ ନୂତନ ଭୋଟର ବୃଦ୍ଧି ହୋଇଥାଏ ବୋଲି ସେ ସୂଚନା ଦେଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଉପସ୍ଥିତ ଥିଲେ ।