Odiapua.com

ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟାରେ ରାଜନୈତିକ ଦଳ ସହଯୋଗ କରିବାକୁ  କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ ନିବେଦନ

କୋରାପୁଟ ୩୦-୧୦(ଓଡିଆ ପୁଅ /ରଂଜନ ଦାସ)ନଭେମ୍ବର ୧ ତାରିଖରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରୀୟା ଆରମ୍ଭ ହେବ ।ଏଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ମିନିସଭାଗୃହଠାରେ ରାଜନୈତିକ ଦଳ ନେତାମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଂଗ୍ରେସ ଦଳର ଭଗବାନ ବାହିନିପତି , ବିଜେଡିର ଜୟନ୍ତ କୁମାର ମିଶ୍ର ଓ ବିଏସପିର ମୋହନ ବାଖ୍ୟା ପ୍ରମୁଖ ଯୋଗଦେଇଥିଲେ ।ବୁଥ ଲେଭେଲ ଅଫିସରମାନଙ୍କୁ ସଂଶୋଧନ କାର୍ଯ୍ୟରେ ସହ ଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିବେଦନ କରିଥିଲେ ।ଜାନୁଆରୀ ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର , ଡେପୁଟି କଲେକ୍ଟର (ନିର୍ବାଚନ) ସାଗରିକା ଷଡଙ୍ଗୀ.ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ସ୍ନିଗ୍ଧାରାଣୀ ପଳେଇ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଅନୁପମ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ