Odiapua.com

ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ

କୋରାପୁଟ ୨୫-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ ) କୋରାପୁଟ ପୌର ପରିଷଦ ଦ୍ୱାରା ଜମି ହୀନ ପରିବାରକୁ ଜାଗା ମିଶନ୍ ଜରିଆରେ ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ କରାଯାଇଛି। ପୂଜାରିପୁଟ କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବାହି ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। କୋରାପୁଟ ପୌର ପରିଷଦର ମସିପୁଟ, ଓଡିଆଗୁଡା ସୁନାପୁର, ପୁକିଆଗୁଡା, ହାତୀ ଲାଇନ୍, ରାମନଗର, ଟିକିରା ସାହି, କନକ ଦୁର୍ଗା ମନ୍ଦିଲ ଲାଇନ୍, ନଳଚୁଆଁ ଲାଇନ୍, ମାଳିଗୁଡା, ତେନ୍ତୁଳିଗୁଡା, ଚିନ୍ଦିରି, କୁମ୍ଭା ଗ୍ରାମର ୧୭୫୩ ପରିବାରକୁ ସୋମବାର ପ୍ରମାଣ ପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସିଇଓ ରଶ୍ମିତା ଦାଶ, ଶଶିକାନ୍ତ ସ୍ୱାଇଁ, ସିମାଂଚଳ ପଢିହାରୀ, ମହେନ୍ଦ୍ର କୁମାର ପନ୍ଥ, ମେରିଡଲି ଜେନା, ପରିକ୍ଷିତ ସାହୁ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।