Odiapua.com

ଭିଡିଓ କନଭେରେନସ ମାଧ୍ୟମରେ ଆଶା ଓ ଜିକେଏସ କାର୍ଯ୍ୟକୁ ନେଇ ଆଲୋଚନା

କୋରାପୁଟ ୨୭-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଆଶା ଓ ଗାଁ କଲ୍ୟାଣ ସମିତିର କୋଭିଡ ପରିଚାଳନା କାର୍ଯ୍ୟକୁ ନେଇ  ଭିଡିଓ କନଭେରେନସ ମାଧ୍ୟମରେ ଅଲୋଚନା କରାଯାଇଥିବା ଜଣାପଡିଛି ।କୋରାପୁଟ ସିଡିଏମଏବଂ ପିଏଚଓ ଡାକ୍ତର ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ଆଲୋଚନା କରାଯାଇଥିଲା । କୋଭିଡ ପରିଚାଳନାକୁ ନେଇ ୩ ମାସର କାର୍ଯ୍ୟଖସଡା ପ୍ରସ୍ତୁତ କରିବା ,ସଚେତନତା ନିମନ୍ତେ ଏକ ସବକମିଟି ଗଠନ କରିବା ,ଗାଁ ଲୋକଙ୍କୁ ନେଇ ବିଶୋଧନ ଅଭିଯାନ କରିବା ,କୋଭିଡ ଆକ୍ରାନ୍ତଥିବା ଗୃହକୁ ବିଶୋଧନ କରିବା ପ୍ରମୁଖ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଗାଁ କଲ୍ୟାଣ ସମିତିକୁ ସିଏମଆରଏଫ ଓ ଏନଏଚଏମ ପାଣ୍ଠିରୁ କିପରି ଆବଟଂନ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଥିବା ଜଣାପଡିଛି ।ଏହି ଆଲୋଚନାରେ ଏଡିପିଏଚଓ(ପରିବାର କଲ୍ୟାଣ) ଡାକ୍ତର ନୀଳମାଧବ ଶତପଥି ,ଡିପିଏଚଓ ଡାକ୍ତର ଅରୁଣ କୁମାର ପାଢୀ , ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ ,ସହାୟକ ମ୍ୟାନେଜର(ଜିକେଏସଏବଂ କ୍ୟୁଏ)ପୂର୍ଣ୍ଣଚନ୍ଦ୍ର ଭୋଇ ଓ ସହାୟକ ମ୍ୟାନେଜର(ଆଶା) ନିଳାଂଚଳ ପଟନାୟକଙ୍କ ସହିତ ଜିଲ୍ଲାର ସମସ୍ତ ମେଡିକାଲ ଅଧିକାରୀ ,ବିପିଏମ ,ବିଡିଏମ,ପିଏଚଇଓ, ସିଡିପିଓ ,ଏମପିଏଚଏସ ,ଆଇସିଡିଏସ ସୁପରଭାଇଜର  , ସ୍ୱାସ୍ଥ୍ୟ କର୍ମି(ପୁରୁଷ ଓ ମହିଳା) ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଜଣାପଡିଛି ।