Odiapua.com

ଭିଏସଏସ ପାଠାଗାରରେ ରକ୍ତଦାନ ଶିବିର

କୋରାପୁଟ ୩୦-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତ ଡୁମୁରିପୁଟ ସ୍ଥିତ ବୀର ସୁରେନ୍ଦ୍ର ସାଏ ପାଠାଗାଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି। ଭିଏସଏସ ପାଠାଗାର, ଇଣ୍ଡିଆନ ମେଡିକାଲ ଏସୋସିଏସନ ଓ ଏକ ଦୈନିକ ଓଡିଆ ଖବର କାଗଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଆଲୁଓ ବାଗ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ୨୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ। ପାଠାଗାର ସଭାପତି ଏମ. ସୁରେଶ୍ କୁମାର, ସମ୍ପାଦକ ଜଗଦିଶ ଖୋସ୍ଲା, ପଦ୍ମପୁର ସରପଂଚ ଲକ୍ଷ୍ମୀ ହଂଜରିଆ, ମାଥାଲପୁଟ ସିଏଚସିର ବିପିଏମ୍ ମଧୁଲିକା ପାଢୀ, ଡୁମୁରିପୁଟ ଫାଣ୍ଡି ଅଧିକାରୀ ନରସିଂହନାଥ ପାଣିଗ୍ରାହିଙ୍କ ଉପସ୍ଥିତିରେ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆ ଶିବିର ପରିଚାଳନା କରିଥିବାବେଳେ ଡୁମୁରିପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ରାଜେନ୍ଦ୍ର କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଜାତା ପଣ୍ଡା, ପ୍ରମିଳା ଜେନା, ରକ୍ତ ଭଣ୍ଡାର କର୍ମଚାରୀ ସମସ୍ତ ଆଶାକର୍ମୀ ଓ ପାଠାଗାରର ସଦସ୍ୟମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ।