Odiapua.com

ଭାଲୁ ଆକ୍ରମଣରେ ଯୁବକ ଗୁରୁତର ;କୋରାପୁଟ ହସପିଟାଲରେ ଭର୍ତି

କୋରାପୁଟ ; ତା୧୪-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସର୍ଜରୀ ଓାର୍ଡରେ ଭର୍ତି ହୋଇଥିବା ଜଣାପଡିଛି ।ଦଶମନ୍ତପୁର ବ୍ଲକ ଲୁଲ୍ଲା ପଂଚାୟତ ଅନ୍ତର୍ଗତ ମରିଚମାଳ ଗ୍ରାମର ଶୁବ୍ରୀ ସାଉନ୍ତା(୨୫ ବର୍ଷ) ଗତକାଲି ରାତ୍ରୀରେ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଭାଲୁ ଆକ୍ରମଣ କରିଥିଲା ।ଭାଲୁଟି ଶୁବ୍ରୀର ବାମ ଗୋଡ ଓ ଅଣ୍ଡକୋଷକୁ ଆକ୍ରମଣ କରିଥିବା ଜଣାପଡିଛି ।