Odiapua.com

ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ

କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ) ୨୬ ନଂ ଜାତୀୟ ରାଜପଥ କୋରାପୁଟ -ଜୟପୁର ରାସ୍ତାର ଦେଓଘାଟି ଡବଲ ବ୍ରୀଜ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ପୋଲ ତଳକୁ ଖସି ପଡିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଏକ ମାଲବୋଝେଇ ଟ୍ରକ ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥିବା ବେଳେ ସଦର ଥାନା ଦେଓଘାଟି ଜବଲବ୍ରୀଜ ବୁଲାଣିଆ ରାସ୍ତାରେ ନିକଟରେ ଭାରସାମ୍ୟ ହରାଇ ବ୍ରୀଜ ତଳକୁ ଖସିପଡିଥିଲା। ଟ୍ରକ ଡ୍ରାଇଭରଓ ହେଲ୍ପର୍ ସୁରକ୍ଷିତ ରହିଥିବା ଜଣାପଡିଛି। ସଦର ପୁଲିସଏକ ମାମଲା ରୁଜୁ କରି ତଦନ୍ତ କରୁଛି।