ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) -୨୦୨୬ ଆସନ୍ତା ଅଗଷ୍ଟ ମାସ ୨୧, ୨୨, ଓ ୨୩ ତାରିଖରେ ଆୟୋଜନ ହେବାକୁ ଯାଉଅଛି। ଏହି ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିବା। ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ତଥା ବିବାଦର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରଧୀକାରଣର ସମ୍ମୁଖ କାର୍ଯ୍ୟାଳୟରେ ଖୁବ ଶୀଘ୍ର ଯୋଗାଯୋଗ କରିବା ପାଇଁ ଆଇନସେବା ପ୍ରଧୀକାରଣ ପକ୍ଷରୁ କୁହାଯାଇଛି।