Odiapua.com

ଭାରତମାଳା ଏକ୍ସପ୍ରେସ ହାଇେଓର ପରିବେଶ ମଂଚୁରୀ ନିମନ୍ତେ ଜଣଶୁଣାଣୀ ଏକର ପିଛା ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ଓ ଜମି ବଦଳରେ ଉନ୍ନତ ମାନର ଜମି ପ୍ରଦାନ କରିବାକୁ ଦାବି

କୋରାପୁଟ ୨୧-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ହାଇସ୍କୁଲ ପଡିଆଠାରେ ଭାରତମାଳା ଏକ୍ସପ୍ରେସ ହାଇେଓର ପରିବେଶ ମଂଚୁରୀ ନିମନ୍ତେ ଏକ  ଜଣଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଜଣଶୁଣାଣୀ କାର୍ଯ୍ୟକ୍ରମକୁ  ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ ରାୟଗଡାର ଆଂଚଳିକ ଅଧିକାରୀ ପ୍ରଶାନ୍ତ କର ଯୋଗଦେଇ ପରିଚାଳନା କରିଥିଲେ ।ଏକର ପିଛା ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରଭାବିତ ବ୍ୟକ୍ତି ଶରତ ଚନ୍ଦ୍ର ବୁରୁଦା ଦାବି କରିଥିଲେ ।କୋରାପୁଟ ବ୍ଲକର ରଙ୍ଗମାଟିଗୁଡା ଗ୍ରାମଟି ଉକ୍ତ ପ୍ରକଳ୍ପ ନିମନ୍ତେ ସଂପୁର୍ଣ୍ଣ ଭାବେ ପ୍ରଭାବିତ ହେଉଥିବାରୁ  ଜଣେ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୧୫ ଲକ୍ଷ ଟଙ୍କା ଓ ଉନ୍ନତମାନର ୨ ଏକର ଜମି ପ୍ରଦାନ କରିବାକୁ ଭଗବାନ ବୁରୁଡି ଦାବି କରିଥିଲେ ।ପ୍ରକଳ୍ପ ନିମନ୍ତେ ଜମି ସର୍ଭେ ହେବା ପରେ ଖାଦ୍ୟ ଖାଇଲେ ମଧ୍ୟ ଭୋକ ଲାଗୁଥିବା ପୁରୀମୁଣ୍ଡା ଗ୍ରାମର ପ୍ରେମ କନ୍ଧପାଣ   ପ୍ରକାଶ କରିଥିଲେ ।କ୍ଷତିପୂରଣ ବାବଦରେ ଏକର ପିଛା ୩୦ ଲକ୍ଷ ଟଙ୍କା ଓ ସହର ମଧ୍ୟରେ ଜମି  ବଦଳରେ ଜମି ପ୍ରଦାନ କରିବାକୁ ଦାବି କରିଥିଲେ । କ୍ଷତିପୂରଣ ଅର୍ଥ ପ୍ରଦାନରେ ଦୁର୍ନିତି ଯେପରି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୋରାପୁଟର ଚିତ ରଂଜନ ଶତପଥି ଦାବି କରିଥିଲେ ।ସେମିଲିଗୁଡା ଠାରେ ନିର୍ମାଣଧିନ ମଡେଲ ଡିଗ୍ରୀ କଲେଜ ଉକ୍ତ ପ୍ରକଳ୍ପ ନିମନ୍ତେ ପ୍ରଭାବିତ ହେଉଥିବାରୁ ଉକ୍ତ ନିର୍ମାଣ କାର୍ଯ୍ୟକୁ ବର୍ତମାନ ଜିଲ୍ଲା ପ୍ରଶାସନ ବନ୍ଦ ରଖିଥିବା ଜଣାପଡିଛି ।ଉକ୍ତ କଲେଜ ନିର୍ମାଣ ହେଲେ କୋରାପୁଟ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ ।ତେଣୁ ଉକ୍ତ କଲେଜକୁ ଯଦି  ବନ୍ଦ କରାଯାଇ ସ୍ଥାନାନ୍ତରିତ କରାଯାଇ ତେବେ ରକ୍ତପାତ ହେବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଚେତାବନୀ ଦେଇଥିଲେ ।ଯଦି ସରକାର ପ୍ରଭାବିତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ କରିବେ ତେବେ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବିଚାର କରିବୁ ବୋଲି ସେ ମତବ୍ୟକ୍ତ କରିଥିଲେ ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ,ପୁକାଲିରଜଗତରାମ ନାୟକ ,ରଙ୍ଗମାଟିଗୁଡା ଗ୍ରାମର ରାମଚନ୍ଦ୍ର ପରଜା ,ଲିଟିମାଳିଗୁଡା ଗ୍ରାମର ଦଶରଥ ମାଳି , ପୁକାଲିର ଶ୍ରୀନିବାସ ରାଜୁ  ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ ।ଏହି ଅବସରରେ କୋରାପୁଟ ବ୍ଲକର ବାବୁଲା ବେନିଆ ଓ ଶରତ ଚନ୍ଦ୍ର ବୁରୁଦା ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରିଥିଲେ ।ଏହାକୁ ମିଶାଇ ୪ ଟି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।ଏହି ଜଣଶୁଣାଣୀରେ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ , କୋରାପୁଟ ଅତିରିକ୍ତ ତହସିଲଦାର ସୁସ୍ମିତା ଜେନା , ସେମିଲିଗୁଡା ତହସିଲଦାର  ଶରତ ମାଝି ,ଦଶମନ୍ତପୁର ତହସିଲଦାର ଅଜୟ କୁମରା ତିର୍କୀ ,ଭୂଅର୍ଜନ ଅଧିକାରୀ ଶୁଶ୍ରୀ ସାଗରିକା ଷଡଙ୍ଗୀ ,ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣର ପରିବେଶ ପରାମର୍ଶଦାତା ବିପିନ ବିହାରୀ ପଣ୍ଡା ଓ ଯନ୍ତ୍ରୀ ରାମକିରଣ ପ୍ରମୁଖ ଉପସ୍ଥିତ ଥିଲେ ।ଜଣଶୁଣାଣୀର ସମସ୍ତ ବିବରଣୀ ଲିପିବଦ୍ଧ କରାଯାଇଛି ଓ ଏହାକୁ ପରିବେଶ  ବିଭାଗକୁ ପ୍ରେରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।ପରିବେଶ ମଂଜୁରୀ ମିଳିଲେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯିବ  ବୋଲି ସେ ପ୍ରକାଶ କରିଛନ୍ତି ।ଜଣଶୁଣାଣୀ  କାର୍ଯ୍ୟକ୍ରମରେ ସୁରକ୍ଷା ନିମନ୍ତେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା ବୋଲି କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ସୂଚନା ଦେଇଥିଲେ ।କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ , ସଦରଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ , ଦଶମନ୍ତପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ , ଦାମନଯୋଡି ଥାନା ଭାରପ୍ରାପ୍ତ ନିରୀକ୍ଷକ ସମ୍ବିତ କୁମାର ବେହେରା ପ୍ରମୁଖ ସୁରକ୍ଷା ଦାୟିତ୍ୱ ଅଧିକାରୀ ଭାବେ ଉପସ୍ଥିତ ଥିଲେ ।
ନବରଙ୍ଗପୁର ଜିଲ୍ଲାର ଧଅଁରା ଗ୍ରାମ ନିକଟରୁ ପ୍ରକଳ୍ପଟି ଆରମ୍ଭ ହୋଇକୋରାପୁଟ ଜିଲ୍ଲାରେ ୨୪୦.୩୭୧ କିମି ଦୈଘ୍ୟ ସଡକ ପଥ ତୁମ୍ବିଗୁଡାଠାରେ ଶେଷ ହେଉଥିବା ଜଣାପଡିଛି ।ପ୍ରକଳ୍ପର ମୋଟ ମୂଲ୍ୟ ପାଖାପାଖି ୮୦୯୨ କୋଟି ଟଙ୍କା ଆକଳନ କରାଯାଇଥିବା ଜନାପଡିଛି ।ଏହି ରାସ୍ତାରେ ମୋଟ ୧୬ ଟି ପ୍ରମୁଖ ବ୍ରିଜ , ୫୭ ଟି ଛୋଟ ବ୍ରିଜ ,୨୯୫ ଟି କଲର୍ଭଟ ଓ ୨ ଟି ଟନେଲ ନିର୍ମିତ ହେବ । ପ୍ରାଣୀ ଓ ଗୃହପାଳିତ ପ୍ରାଣୀଙ୍କ ଯାତାୟତ ନିମନ୍ତେ ୨୭ ଟି ପ୍ରାଣୀ ଚଲା ରାସ୍ତା ଓ ୧୭ ଟି ଭାୟଡକ୍ଟ ନିର୍ମାଣ କରାଯିବ ।କୈାଣସି ଫ୍ଲାଇଓଭରର ପ୍ରସ୍ତାବ ନ ଥିବା ଜଣାପଡିଛି ।ଏହି ରାସ୍ତାରେ ମୋଟ ୭ଟି ରାମ୍ପ ଟୋଲ ପ୍ଲାଜା ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିବା ଜଣାପଡିଛି ।ଟ୍ରକ ପାର୍କିଂ ଗୁଡିକରେ ହାଇମାଷ୍ଟ ଲାଇଟ ଦ୍ୱାରା ଆଲୋକୀକରଣ କରାଯିବ ।ଏଥି ନିମନ୍ତେ ସରକାରୀ ଓ ନିଜସ୍ୱ ଜମି ୯୦୪.୩୨ ହେକ୍ଟର ଏବଂ ଜଙ୍ଗଳଜମି ୩୫୦.୨୯୬ ହେକ୍ଟର ସମୁଦାୟ ୧୨୫୪.୬୧୬ ହେକ୍ଟର ଜମି ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି ।ପ୍ରକଳ୍ପ ନିମନ୍ତେ ୩୫୦.୨୯୬ ହେକ୍ଟର ଜଙ୍ଗଳଜମି ପରିବର୍ତନର ଆବଶ୍ୟକତା ରହିଥିବା ଜଣାପଡିଛି ।ଜମିର ମୁଲ୍ୟ ବାବଦକୁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଆକଳନ କରାଯାଇଛି ।୧୪ ଟି ନଦୀ ଓ ୨ଟି ପୋଖରୀ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବ ବୋଲି ଜଣାପଡିଛି ।ମୋଟ ୨୨୦ ଟି ପରିବାର ଓ ୧୧୦୦ ଜଣ ବ୍ୟକ୍ତି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବେ ବୋଲି ଜଣାପଡିଛି ।କ୍ଷତିପୂରଣ ସ୍ୱରୂପ ପୁନଠବାସ ଓ ଥଇଥାନ ନିମନ୍ତେ ୩୫.୮୭ କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ବ୍ୟବରାଦ କରାଯାଇଥିବା ଜଣାପଡିଛି ।କ୍ଷତିପୁରଣ ସ୍ୱରୂପ ସଡକର ମଧ୍ୟଭାଗସ୍ଥ ବିଭାଜକକୁ ମିଶାଇ ମୋଟ ୩ଟି ଧାଡିରେ ୨୦୧୧୫୦ ଗୋଟି ବୃକ୍ଷ ରୋପଣ କରାଯିବ ବୋଲି ଜଣାପଡିଛି ।