Odiapua.com

ଭତାରୁ ବଂଚିତ ୬ ବିଧବା

କୋରାପୁଟ ;ତା୦୮-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ୱାମୀ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ବିଧବା ଭତା ପାଇବାରୁ ବଂଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡା ପଂଚାୟତ ଚାକିଲି ଗ୍ରାମର ୬ ବିଧବା। ବିଧବା ଭତା ପାଇବାକୁ ସମସ୍ତ କାଗଜପତ୍ର ପଂଚାୟତ, ବ୍ଲକ ଅଫିସରେ ଦେଇ ବର୍ଷବର୍ଷ ଦୌଡିଲେଣି କିନ୍ତୁ ଏଯାଏ ମାସିକ ୩୦୦ ଟଙ୍କାର ଭତା ହୋଇ ପାରୁନି। ଗାଁର କୁଜିନେତାକୁ ହାତଗୁଂଜା ଦେଇ ପାରୁନଥିବାରୁ ଭତା ମିଳୁନଥିବା ଅଭିଯୋଗ କରିଛନ୍ତି ଭତାରୁ ବଂଚିତ ହିତାଧିକାରୀ। ସୂଚନା ଅନୁଯାୟୀ, ଚାକିଲି ଗ୍ରାମର ତୁଳଶା ମୁଦୁଲି, ପଦ୍ମା ସାଉଁନ୍ତା, ଝୀମାଇ ଯାନୀ, ରାଧା ଯାନୀ, ଯୋଶଦା ଗୌଡ ଓ ସୁଲୋଚନା ଗୌଡ ସ୍ୱାମୀ ମୃତ୍ୟୁ ହେବାର ୫-୧୦ ବର୍ଷ ବିତି ସାରିଲାଣି। ସ୍ୱାମୀ ମାନଙ୍କ ମୃତ୍ୟୁ ପରେ ସେମାନେ ମୃତ୍ୟୁ ପ୍ରମାଣ ପତ୍ର ସହ ରାସନ କାର୍ଡ, ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ନେଇ ବିଧବା ଭତା ପାଇଁ ଆବେଦନ କରିଥିଲେ। ହେଲେ ବର୍ଷବର୍ଷ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ଭତା ପାଇ ପାରୁ ନାହାନ୍ତି। ଏ ସମ୍ପର୍କରେ ସେମାନେ ବିଡିଓଙ୍କୁ ସାକ୍ଷାତ କରି ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣା ପଡିଛି।