Odiapua.com

ବୈପାରୀଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନିତି ଅଭିଯୋଗପତ୍ର ଦେଲେ ଅଙ୍ଗନବାଡି ଓ ସୁପର ଭାଇଜର

କୋରାପୁଟ ୧୭-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ବୈାପାରୀଗୁଡା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ସୁରମା ମହାପାତ୍ରଙ୍କ ଦୁର୍ନିତି ବିରୁଦ୍ଧରେ ବୈପାରୀଗୁଡାର ଅଙ୍ଗନବାଡି ସଂଘର କର୍ମକର୍ତା ଓ ସୁପରଭାଇଜରମାନେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାପଡିଛି। ଗରମ ରନ୍ଧା ଖାଦ୍ୟ ପ୍ରଦତ ପ୍ରତ୍ୟେକ ହିତାଧିକାରୀଙ୍କ ଅର୍ଥରାଶିରୁ ୫ ରୁ ୧୦ ପ୍ରତିଶତ ଲାଂଚ ଆକାରରେ ଦେବାକୁ ବାଧ୍ୟ କରନ୍ତି ନ ହେଲେ ଚାକିରୀରୁ ବାହାର କରିଦେବାକୁ ଧମକ ଦେଇଥାନ୍ତି ବୋଲି ଜିଲ୍ଲା ସଂଘର ସଂପାଦିକା ସ୍ୱର୍ଣ୍ଣଲତା ପଣ୍ଡା ଅଭିଯୋଗ କରିଛନ୍ତି। ପ୍ରାକ ବିଦ୍ୟାଳୟ ଶିଶୁଙ୍କ ପାଇଁ ସରକାରଙ୍କ ଦ୍ୱାରା ମଞ୍ଜୁର ଅର୍ଥରାଶି ମଧ୍ୟରୁ କେନ୍ଦ୍ର ପିଛା ଶତକଡା ୨୦ ରୁ ୨୫ ପ୍ରତିଶତ ଲାଂଚ ଜବରଦସ୍ତ ଆଦାୟ କରନ୍ତି ବୋଲି ସେ ଆହୁରୀ ଅଭିଯାଗ କରିଥିଲେ।ଚନ୍ଦ୍ରପଡା ପରିଦର୍ଶିକା ନିହାରବାଲା ସାହୁଙ୍କୁ ଅଧିକାରୀ ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ।ନିହାରବାଲା ମେଡିକାଲରେ ଭର୍ତି ହୋଇ ମଦ୍ୟ ଚିକିତ୍ସିତ ହୋଇଥିଲେ ବୋଲି ସେ ସୂଚନା ଦେଇଥିଲେ।୨୩ ତାରିଖ ସୁଦ୍ଧା ଯଦି କୋଣସି କାର୍ଯ୍ୟାନୁଷ୍ଟାନ ନିଆ ନ ଯାଏ ତେବେ ୨୪ ତାରିଖରୁ ବୈପାରୀଗୁଡା ଅଫିସରେ ସମସ୍ତ ଅଙ୍ଗନବାଡି କର୍ମି ଗଣ ଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଥିଲେ।ସେହିପରି ପରିଦର୍ଶିକା ନିହାରବାଲା ମଧ୍ୟ ଏକ ଅଭିଯୋଗ ପତ୍ର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ପ୍ରିସ୍କୁଲ କିଟ ଠାରୁ ଆରମ୍ଭ ଗରମ ଖାଦ୍ୟ, କର୍ମି ବର୍ଦ୍ଧିତ ଦରମା, ଛତୁଆ ସବୁକ୍ଷେତ୍ରରେ ଶିଶୁ ବିକାଶ ଯୋଜନା ଅଧିକାରୀ ସୁରମା ମହାପାତ୍ର ଲାଂଚ ମାଗିଥାନ୍ତି ବୋଲି ସେ ଅଭିଯୋଗ କରିବା ସହ ନ ଦେଲେ ଚାକିରୀରୁ କାଢିଦେବା ଲାଗି ଧମକ ଦେଇଥାନ୍ତି ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ମୋର ଯଦି କୌଣସି ଅଘଟଣ ଘଟେ ତେବେ ବୈପାରୀଗୁଡା ସିଡିପିଓ ସୁରମା ମହାପାତ୍ର ସଂପର୍ଣ୍ଣଭାବେ ଦାୟୀ ରହିବେ ବୋଲି ପତ୍ରରେ ସୁଚାଇ ଦେଇଛନ୍ତି। ସେ ଏବେ ଭଲରେ ଅଛନ୍ତି ମାନସିକ ଭାରସାମ୍ୟ ହରାଇଥିବାରୁ ବେଶୀ କିଛି କଥା ହୋଇପାରୁ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଗଣମାଧ୍ୟମରେ ଖବର ପ୍ରଚାର ହେବାପରେ ପ୍ରାଥମିକ ତଦନ୍ତ ହୋଇଯାଇଛି ଓ ଜିଲ୍ଲାପାଳ ଆସିଲେ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।