Odiapua.com

 ବୈପାରୀଗୁଡା ବ୍ଲକର ମଧୁପୁର ଘାଟରେ ଡଙ୍ଗା ପହଂଚିଲା

କୋରାପୁଟ ୧୯-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଲିଗୁମ୍ମା ପଂଚାୟତର ମଧୁପୁର ଗ୍ରାମବାସୀମାନେ ଡଙ୍ଗା ଅଭାବରୁ ବିପଦପୂର୍ଣ୍ଣଭାବେ ନଦୀପାର ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।ଏପରିକି କେତେକ ସମାଜସେବୀ ଟୁଇଟର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ।ବୈପାରୀଗୁଡାର ସହୀଦ ଲକ୍ଷ୍ମଣ ନାୟକ ଯୁବ ସେନା ତରଫରୁ ଡଙ୍ଗା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ମଧ୍ୟ ଦାବି କରାଯାଇଥିଲା ।କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକତା ଭିତିରେ ମଧୁପୁର ଘାଟ ନିମନ୍ତେ ଡଙ୍ଗା କ୍ରୟ କରିଥିଲେ ।ଆଜି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡଙ୍ଗା ଉଦଘାଟନ କରିଥିଲେ ।ଏହି ଅବସରରେ ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ,ଉପାଧ୍ୟକ୍ଷା ତ୍ରିଲୋଚନ ଜେନା , ବିଡିଓ ଅଭିମନ୍ୟୁକବି ଶତପଥି ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ଦଳେଇ , ସରପଂଚ ବୁଦ୍ରା ନାୟକ ,ବିଜୁ ଯୁବ ଜନତା ଦଳର ସମ୍ପାଦକ ବୈକୁଣ୍ଠ ମଣ୍ଡଳ ,ବିଜେଡି ପଂଚାୟତ ସଭାପତି ବନ୍ଧୁ ଭୂମିଆ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ ମଧୁପୁର ବ୍ରିଜ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ । ଏସଏଚଜିମାନଙ୍କୁ ପନିପରିବା ବିହନ ସେ ବଂଟନ କରିଥିଲେ ।ତେନ୍ତୁଲିଗୁମ୍ମାଠାରେ ଥିବା ୧୬୦ ବାଟାଲିୟମ କ୍ୟାମ୍ପକୁ ଯାଇ ଯବାନମାନଙ୍କ ସହ ସେ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।