Odiapua.com

ବୈପାରିଗୁଡା ସିଡିପିଓ ନିଲମ୍ବିତ

କୋରାପୁଟ ୧୬-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଅଙ୍ଗନୱାଡି କର୍ମୀ ମାନଙ୍କୁ ଲାଂଚ ମାଗିବା ଅଭିଯୋଗରେ ରାଜ୍ୟ ସରକାର କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସୁରମା ମହାପାତ୍ରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ଶ୍ରୀମତୀ ମହାପାତ୍ର ଅଙ୍ଗନୱାଡି କର୍ମୀ ମାନଙ୍କୁ ମିଳୁଥିବା ବିଭିନ୍ନ ଅନୁଦାନରୁ ହାତଗୁଂଜା ମାଗିବା ଓ ମିଶନଶକ୍ତି କାର୍ଯ୍ୟକ୍ରମରେ ଅନିୟମିତତା କରିବା ଅଭିଯୋଗ କରି ଗତମାସରେ ବ୍ଲକର ଅଙ୍ଗନୱାଡି କର୍ମୀ ମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଜିଲାପାଳ ମଧୁ ସୂଦନ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ଓ ବୈପାରିଗୁଡା ତହସିଲଦାର ସଂଜୀବ କୁମାର ସାହୁ ଅଭିଯୋଗର ତଦନ୍ତ କରିଥିବାବେଳେ ରାଜ୍ୟ ଲୋକାୟୁକ୍ତ ସଭ୍ୟ ତ୍ରିଲୋଚନ ପ୍ରଧାନ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବା ପରେ ଶ୍ରୀମତୀ ମହାପାତ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ ଆଦେଶ ଦେଇଛନ୍ତି। ବୈପାରିଗୁଡା ବ୍ଲକ ସମନ୍ୱୀତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଆରତି ମହାପାତ୍ରଙ୍କୁ ଭାରପ୍ରାପ୍ତ ସିଡିପିଓ ଭାବେ ଦାୟିତ୍ୱ ଦିଆଯାଇଛି।