Odiapua.com

ବୈପାରିଗୁଡାର ମୃତକ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ସମାଜସେବୀ କିରଣ କୁମାର

କୋରାପୁଟ ୧୯-୦୮ (ଓଡିଆ ପୁଅ/ରଞ୍ଜନ ଦାସ) ମାଟି ଅତଡା ଖସି ବୈପାରିଗୁଡା ବ୍ଲକ ଦୋରାଗୁଡା ଗ୍ରାମର ସାଲିମୁ ଦୂରିଆ (୫୦ ବର୍ଷ) ଓ ତ୍ରିଲୋଚନ ଧାରୁଆ (୪୫ବର୍ଷ)୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। କୋରାପୁଟର ସମାଜସେବୀ ଟି କିରଣ କୁମାର ଆଜି ଉକ୍ତ ଗ୍ରାମକୁ ଯାଇ ମୃତକ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ଏବଂ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଗ୍ରାମର ଯେ କୌଣସି ବ୍ୟକ୍ତି ଚିକିତ୍ସା ନିମନ୍ତେ କୋରାପୁଟ ହସପିଟାଲ ଆସିଲେ ସହାୟତା ପ୍ରଦାନ କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ଵସନା ଦେଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ କୋରାପୁଟ ରେଡକ୍ରସ ତରଫରୁ ମୃତକ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।