Odiapua.com

ବିିଷାକ୍ତ ସାପ କାମୁଡାବାରେ ଜଣେ ନାବାଳକର ମୃତ୍ୟୁ

କୋରାପୁଟ ; ତା୦୫-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ବିଷାକ୍ତ ସାପ କାମୁଡାବାରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।ପାଡୁଆ ଥାନା ଅନ୍ତର୍ଗତ କନ୍ଧଗୁଡା ଗ୍ରାମର କତୃ ଖିଲର ୮ ବର୍ଷର ପୁତ୍ର ଗଦା ଖିଲକୁ ଗତକାଲି ରାତ୍ରୀରେ ଏକ ବିଷାକ୍ତ ସାପ କାମୁଡିଥିଲା ।ସକାଳେ ପରିବାର ଲୋକ ଗଦାକୁ ନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ ସେଠାରେ ସେ ଗୁରୁତର ହୋଇଯାଇଥିବାରୁ କୋରାପୁଟ ସ୍ଥାନାନ୍ତର କରିଥିଲେ ।ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଡାକ୍ତରଖାନାକୁ ପରିବାର ଲୋକ ଆଣିଥିଲେ ।କିନ୍ତୁ କୋରାପୁଟଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।