Odiapua.com

ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଶିଷ୍ଠ ରାଜନେତା, ସାହିତ୍ୟିକ, ନାଟ୍ୟକାର, ଶିକ୍ଷାବିତ, ସମାଜସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ୱ୍‌ର୍ଗତ ବଂଶୀଧର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଇଙ୍କାମାଟିଠାରେ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦୁଲତା ସାହୁୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତାଭାବେ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ସମ୍ମାନିତ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକ, ହରପ୍ରସାଦ ରଣସିଂହ, ସମ୍ମାନୀତ ବକ୍ତାଭାବେ ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବଂଶୀଧର ସାହୁଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷିରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ହନୁମାନ ଜୟନ୍ତୀ, ଡ.ଆମ୍ବେଦରଙ୍କ ଜୟନ୍ତୀ ତଥା ମହାବିଷୁବ ପଣାସଂକ୍ରାନ୍ତୀ ଓ ଓଡ଼ିଆ ନବବର୍ଷ ପର୍ବ ପାଳନ କରାଯାଇଥିଲା। କବିମାନେ ସ୍ୱରଚିତ କବିତାମାନେ ଆବୃତ କରିଥିଲେ।