Odiapua.com

ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

କୋରାପୁଟ ୨୪-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସଦର ମହକୁମାଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟାଳୟର ସଭାଗୃହଠାରେ ଏକ ସଭା ଆୟୋଜନ କରାଯାଇଥିଲା ।କୋରାପୁଟ ଜିଲ୍ଲାରେ ୨୪୯୪ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ମାଗଣାରେ ମେଡିସିନ ପ୍ରଦାନ କରାଯାଉଥିବା ଡାକ୍ତର ବେଉରା ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ଯକ୍ଷ୍ମା ରୋଗ ଲକ୍ଷଣ ଦେଖାଯିବ ସେମାନେ ତୁରନ୍ତ କଫ ଓ ଏକ୍ସ-ରେ ପରୀକ୍ଷା କରି  ମାଗଣାରେ  ଦିଆଯାଉଥିବା ମେଡିସିନ  ଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ , ଏଡିପିଏଚଓ ଡାକ୍ତର ନୀଳମାଧବ ଶତପଥି ଓ ଡାକ୍ତର ଏସ.ଦାସ ପ୍ରମୁଖ ଯୋଗଦେଇଥିଲେ ।