Odiapua.com

ବିଶ୍ୱ ବୃକକ ଦିବସରେ ଲୋକମାନେ ସୁସ୍ଥ ଖାଦ୍ୟ, ବ୍ୟୟାମ ଓ ଚିନ୍ତାମୁକ୍ତ ରହିବାକୁ ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ପରାମର୍ଶ

କୋରାପୁଟ ; ତା୧୪-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆଜି ହେଉଛି ବିଶ୍ୱ ବୃକକ ଦିବସ।ଏହି ଦିବସ ଅବସରରେ ଲୋକମାନେ ସୁସ୍ଥ ଖାଦ୍ୟ, ବ୍ୟୟାମ ଓ ଚିନ୍ତାମୁକ୍ତ ରହି ବୃକକକୁ ସୁସ୍ଥ ରଖିବାକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଭେଷଜ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି।ବିଶ୍ୱରେ ୮ କୋଟିଲୋକ ବୃକକ ରୋଗରେ ପୀଡିତ ବୋଲି ସେ କହିବା ସହ ପ୍ରତିବର୍ଷ ୨.୫ ଲକ୍ଷ ଲୋକ ମୃତ୍ୟୁବରଣ କରିଥାନ୍ତି ବୋଲି ସେ ସୂଚନା ଦେଇଥିଲେ।ଭାରତରେ ଏହି ରୋଗୀ ସଂଖ୍ୟା ୧.୭ କୋଟି ବୋଲି ସେ ସୂଚନା ଦେଇଥିଲେ।ଜୀବନଶୈଲୀରେ ପରିବର୍ତ୍ତନ ଯୋଗୂଁ ବୃକକ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ ପ୍ରକାଶ କରିଥିଲେ।ଯେଉଁ ଲୋକଙ୍କ ବୃକକ ନଷ୍ଟ ହୋଇଯାଉଛି ଅର୍ଥାଭାବରୁ ହେଉ କିମ୍ବା ସୁବିଧା ନ ଥିବାରୁ ରୋପଣ କରିବା କଷ୍ଟକର ହୁଏ ତେଣୁ ରୋଗୀମାନେ ଡାଇଲେସିସ କରିଥାନ୍ତି।କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏହି ସୁବିଧା ଦିଆଯାଉଥିବା ସେ ସୂଚନା ଦେଇଥିଲେ।ଏଠାରେ ୧୦ ଟି ଶଯ୍ୟା ରହିଥିବା ବେଳେ ୬ ମାସ ମଧ୍ୟରେ ୧୦ ହଜାର ରୋଗୀ ଡାଇଲେସିସ କରିଥିବା ସେ ସୂଚନା ଦେଇଥିଲେ।