Odiapua.com

ବିଶ୍ୱ ଏଡସ୍ ଦିବସରେ ସଚେତନତା ଶୋଭାଯାତ୍ରା

କୋରାପୁଟ;ତା୦୧- ୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲା ସଦର ମହକୁମାରେ ବିଶ୍ୱ ଏଡସ୍ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ଏକ ଜନ ସଚେତନତା ଶୋଭାଯାତ୍ରା ଆୟୋଜନ କରିଛି । ଜିଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଲଳିତ ମୋହନ ରଥଙ୍କ ତତ୍ୱାବଧାନରେ ଆୟୋଜିତ ଶୋଭାଯାତ୍ରାକୁ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର,ମଣ୍ଡଳ କାରାଗାର ଅଧୀକ୍ଷକ ବ୍ରହ୍ମାନନ୍ଦ ସାହୁ,ଏଡିଏମଓ ଡା.ଅରୁଣ କୁମାର ପାଢି ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସରକାରୀ ଉଚ ବିଦ୍ୟାଳୟ,ବାଳିକା ବିଦ୍ୟାଳୟ,ବିଜ୍ଞାନ ମହାବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସଚେତନତା ଶୋଭାଯତ୍ରାରେ ଯୋଗ ଦେଇ ସିଡିଏମଓ ଅଫିସରୁ ବାହାରି ସହର ପରିକ୍ରମା କରିବା ପରେ ଟାଉନ ହଲେର ପହଂଚିଥିଲେ । କୋରାପୁଟ ସିଡିଏମଓ ଡାକ୍ତର ରଥଙ୍କ ଅଧ୍ୟକ୍ଷତାରେ ଟାଉନ ହଲରେ ଏଡସ୍ ଦିବସ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଡସ୍ ଭଳି ମାରାତ୍ମକ ରୋଗର ବର୍ତମାନ ସୁଦ୍ଧା କୌଣସି ଚିକିସôା ପଦ୍ଧତି ବାହାରି ନଥିବାବେଳେ ଲୋକେ କିପରି ସଚେତନତା ଦ୍ୱାରା ସେଥିରୁ ରକ୍ଷା ପାଇବେ ସେ ସର୍ମ୍ପରେ କୋରାପୁଟ ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି ମୁଖ୍ୟ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ସଦର ମହକୁମା ଡାକ୍ତରଖାନାର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା , ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ମହେଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ ।