Odiapua.com

ବିଲାପୁଟ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବୈଠକ

କୋରାପୁଟ ; ୧୯-୦୯(ଓଡିଆ ପୁଅ /ରଂଜନ ଦାସ)ବିଲାପୁଟ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସେମିଲିଗୁଡା ତହସିଲଦାର ରଂଜିତା ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଗାମୀ ମାର୍ଗଶିର ମାସରେ ମନ୍ଦିର ପ୍ରତିଷ୍ଠା କରିବା ସହ ଲକ୍ଷ୍ମୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ସଂପାଦକ ଲଲିତ ମୋହନ ପଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।ପ୍ରତିଷ୍ଠା ନିମନ୍ତେ ପ୍ରାୟ ୧୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ  ଅର୍ଥ କିପରି ଆସିବ ତାହା ଉପରେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ,ସେମିଲିଗୁଡା ବିଡିଓ ସବ୍ୟସାଚୀ ବେହେରା ,କନିଷ୍ଠ ଯନ୍ତ୍ରୀ  ରଶ୍ମିତା ରାଉତ ଏବଂ ନାରାୟଣ ପ୍ରଧାନ ,ବିଶ୍ୱନାଥ ପ୍ରଧାନ,ସୁଶାନ୍ତ ପ୍ରଧାନ,ଦୟା ଖିନୁବୁଡି,ଅର୍ଜୂନ କୁଲଦୀପ,କୃଷ୍ଣ ପ୍ରଧାନ ଓ ବଳି ପ୍ରଧାନ ପ୍ରମୁଖ ମନ୍ଦିର କର୍ମକର୍ତାଙ୍କ ସହ ଆଖପାଖ ଅଂଚଳର ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।