Odiapua.com

ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ଜୟପୁର ବିଧାୟକଙ୍କୁ  ସ୍ୱାଗତ

କୋରାପୁଟ ୧୪-୦୮(ଓଡିଆ ପୁଅ /ରଂଜନ ଦାସ)କରୋନାରେ ଆକ୍ରାନ୍ତ ହୋଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି  ଭୁବନେଶ୍ୱର ଓ ହାଇଦ୍ରାବାଦ ମେଡିକାଲରେ ଚିକିତ୍ସିତ ହେଉଥିଲେ ।ସୁସ୍ଥ ହେବା ପରେ କିଛିଦିନ ଭୁବନେଶ୍ୱର ରହିବା ପରେ ଗତକାଲି କୋରାପୁଟ ନିଜ ଘରେ ଅବସ୍ଥାପନ କରିବା ପରେ ଆଜି ନିଜ କର୍ମକ୍ଷେତ୍ର ଜୟପୁରକୁ ଯାଇଥିଲେ ।ଜୟପୁରର କଂଗ୍ରେସ ନେତା ଓ କର୍ମିମାନେ ବିରାଟ ମଟରସାଇକେଲ ଶୋଭାଯାତ୍ରାରେ ଶ୍ରୀ ବାହିନିପତିଙ୍କୁ ସ୍ୱାଗତ ଜଣାଇଥିଲେ ।ଜୟପୁରର ସାଧାରଣ ଜନତାଙ୍କୁ ଦେଖି ଭାବବିହଳ ହୋଇ କାନ୍ଦି ପକାଇ ମା ଭଗବତୀଙ୍କ ଆର୍ଶିବାଦ ,ଜନତାଙ୍କ ଭଲ ପାଇବା ଓ ପ୍ରାର୍ଥନା ପାଇଁ  ଆଜି ମୁଁ ପୁର୍ନଜୀବନ ପାଇଲି  ବୋଲି ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି ।ଜୟପୁର ନିର୍ବାଚନମଣ୍ଡଳୀ ତଥା କୋରାପୁଟ ଜିଲ୍ଲାବାସୀ ,ଓଡିଶାବାସୀ ,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ , ରାହୁଲ ଗାନ୍ଧୀ , ନିରଞନ ପଟନାୟକ,କଂଗ୍ରେସ ପ୍ରବାରୀ ଡ.ଚେଲ୍ଲାକୁମାର,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିସା ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ଦଳଗତ ନିର୍ବଶେଷରେ ସମସ୍ତ ନେତା, ମୁଖ୍ୟ ଶାସନ ସଚିବ ,ସମସ୍ତ ସଚିବ ,ଓଡିଶାର ସମସ୍ତ ପ୍ରଶାସନିକ ଅଧିକାରୀ ମୋର ଆଶୁ ଆରୋଗ୍ୟ କାମନା କରିଥିବାରୁ ସମସ୍ତଙ୍କୁ  ଆନ୍ତରିକତା ସହ  ଶ୍ରୀ ବାହିନିପତି ଧନ୍ୟବାଦ ଜଣେଇଥିଲେ । କୋଟିଆ ସଂପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନ ଉତରରେ  କୋଟିଆ ମାଟି ପାଇଁ ସଂଗ୍ରାମ ଜାରି ରହିବ । କୋଟିଆର ଲଢେଇ ପାଇଁ କଂଗ୍ରେସ ଦଳ ସଂଗ୍ରାମ କରୁଛୁ ।ଏହି ସଂଗ୍ରାମରେ ଅନ୍ୟଦଳ ପୂର୍ବରୁ ସାମିଲ ହୋଇଥିଲେ ଏଥର ପରିସ୍ଥିତ ପାଇଁ ଅନ୍ୟଦଳର ନେତାମାନେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ ।କୋଟିଆ ମାଟିରେ ଆନ୍ଧ୍ର ଅନୁପ୍ରବେଶ କଲେ ଦଳଗତ ନିର୍ବିଶେଷରେ ସମସ୍ତ ନେତାମାନେ ସେଠାକୁ ଯାଇ ସୁରକ୍ଷା ଦେବୁ ଯଦି ଆଇନଶୃଖଂଳା ପରିସ୍ଥିତି  ବିଗିଡିବ ତେବେ ଏଥିପାଇଁ ଆନ୍ଧ୍ର  ଦାୟୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହଜିନିପତି ଉପସ୍ଥିତ ଥିବା ବେଳେ କୋଷାଧ୍ୟକ୍ଷ ନିହାର ରଂଜନ ବିଷୋୟୀ,ଜୟପୁର ବ୍ଲକ ସଭାପତି ବସନ୍ତ ନାୟକ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟନାୟକ ,ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ,ନଗର କଂଗ୍ରେସ ସଭାପତି ନରେନ୍ଦ୍ର  କୁମାର ମହାନ୍ତି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ମଧୁସୂଦନ ରେଡ୍ଡି, ପ୍ରଫୁଲ୍ଲ ଭତ୍ରା,ଭବାନୀ ଶଙ୍କର ରଥ,ରମେଶ ରାଓ,ବାପୁ ମହାପାତ୍ର, ଏନ.ପଣ୍ଡା,ଜତୀନ ହୋତା,ଉଦୟ ପାଣିଗ୍ରାହୀ,ୟୁ.ନାୟକ ପ୍ରମୁଖଙ୍କ ସହ ଅନେକ ଛାତ୍ର ,ଯୁବ ଓ କଂଗ୍ରେସ ନେତାମାନେ ମଟରସାଇକେଲରେ ସହରରେ ଶୋଭାଯାତ୍ରା କରିଥିଲେ ।