Odiapua.com

ବିରଳ ବାଛୁରୀ ଜନ୍ମ

କୋରାପୁଟ : ୧୪/୮ (ଓଡ଼ିଆ ପୁଅ-ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ଗ୍ରାମପଞ୍ଚାୟତର ଖୋଡ଼ାପୁଟ ଗ୍ରାମରେ ବିରଳ ବାଛୁରୀ ଛୁଆ ଜନ୍ମ ଗ୍ରହଣ କରିଥିବା ଜଣାପଡ଼ିଛି। ଜନ୍ମ ହୋବାର କିଛି ସମୟ ପରେ ମୃତ୍ୟୁ ବରଣ କରିଥିବା ନେଇ ଗାଈ ମାଲିକ ପ୍ରକାଶ କରିଛନ୍ତି। ବାଛୁରୀର ସାତଟି ଗୋଡ଼ ଥିବା ବେଳେ ବାମ ଗୋଡ଼ ଦୁଇଟି ଓ ଡାହାଣ ଗୋଡ଼ ତିନଟି ପଛ ପଟୁ ଦୁଇଟି ଗୋଡ଼ ରହିଥିବା ଦେଖିବାକୁ ମିଳିଥିଲା। ଏଭଳି ବିରଳ ବାଛୁରୀ ଆଜି ସକାଳେ ଜନ୍ମ ନେଇଥିବା କଥା ପ୍ରଘଟ ହେବାପରେ ଖୋଡ଼ାପୁଟ ଗ୍ରାମନିବାସୀଙ୍କ ଘରେ ଆଖପାଖ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।