Odiapua.com

ବିମୁଦ୍ରାକରଣର ବିଫଳତା ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ କୋରାପୁଟଠାରେ ବିକ୍ଷୋଭ ଓ ଗଣଧାରଣା

କୋରାପୁଟ ; ତା୦୯-୧୧-୧୮(ଓଡିଆ ପୁଅ /ରଞ୍ଜନ କୁମାର ଦାସ) ବିମୁଦ୍ରାକରଣର ବିଫଳତା ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଥିଲା।ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି, କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ଭବାନୀ ଶଙ୍କର ମିଶ୍ର, ପିସିସି ସଂପାଦକ ଶଶିଭୂଷଣ ପାତ୍ର, ରମେଶ ବାଖ୍ୟା, ଗୋପି ପଳେଇ, ସୁକାନ୍ତ ପଟନାୟକ, ସୁମିତ ଖୋସଲା, ପୂର୍ବତନ କାଉନସିଲର ବିଜୟ କୁମାର ରାଓ ଓ ଚନ୍ଦ୍ରପ୍ରଭା ହିଆଲ, ଦାସି ନନ୍ଦିବାଲି, ଶୁକ୍ରା ଖରା ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଅଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ର ସରକାର ବିମୁଦ୍ରାକରଣ କରିବା ଫଳରେ ଦେଶରେ ଅନେକ ସମସ୍୍ୟା ସୃଷ୍ଟି ହୋଇଥିଲା ଓ ଉକ୍ତ ଦିନକୁ କଂଗ୍ରେସ କଳା ଦିବସ ରୂପେ ପାଳନ କରୁଛି ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରକାଶ କରିଥିଲେ।କେବିକେର ବିକାଶ ନିମନ୍ତେ ୟୁପିଏ ସରକାର ଯେଉଁ ଯୋଜନା କରିଥିଲେ ତାହାକୁ କେନ୍ଦ୍ରର ମୋଦି ସରକାର ଆସିଲା ପରେ ୮ ଟି ଯୋଜନା ବନ୍ଦ କରିଦେଇଥିବା ଶ୍ରୀ ବାହିନିପତି ସୂଚନା ଦେଇଥିଲେ।କେନ୍ଦ୍ରର ମୋଦି ସରକାର ଆସିଲା ପରେ ବିକାଶ ଅପେକ୍ଷା ବିନାଶ ହେଉଛି ବୋଲି ସେ ଅଭିଯୋଗ କରିଥିଲେ।