Odiapua.com

ବିବାଦୀୟ ଧୂଲିପଦରରେ ପ୍ରଶାସନ ଅଧିକାରୀ ; କମ୍ବଲ ବାଟିଂଲେ ;ସ୍ୱାସ୍ଥ୍ୟ ପରୀକ୍ଷା କଲେ ଓ ଯୋଜନାକୁ ନେଇ ସଚେତନ କଲେ 

କୋରାପୁଟ ; ତା୦୬-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଆନ୍ଧ୍ର ବିବାଦୀୟ କୋଟିଆରେ ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମରେ ଭତା ଓ ନୂତନ ରାସନକାର୍ଡ ପ୍ରଦାନ କରୁଥିବା ଜଣାପଡିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ସ୍ୱରୂପ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଲଗାତର ୩ ଦିନ ହେଲା ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଗସ୍ତ କରି ଲୋକମାନଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଲୋକଙ୍କ ଅତି ନିକଟତର ହେଉଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶରେ କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ନେତୃତ୍ୟରେ ଅଧିକାରୀମାନେ ଗସ୍ତ କରୁଥିବା ଜଣାପଡିଛି।ଆଜି ଧୂଲିପଦର ଗ୍ରାମ ଗସ୍ତ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ ସଂପର୍କ ଶିବିରରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ଯୋଗଦେଇ କମ୍ବଲ ବଂଟନ କରିଥିଲେ।ସରକାରଙ୍କ ଯୋଜନା ସଂପର୍କରେ କ୍ଷେତ୍ର ଅଧିକାରୀମାନେ ସଚେତନତା କରାଇଥିଲେ।ନୂତନ ରାସନକାର୍ଡ ଓ ଭତା ପାଉ ନ ଥିବା ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ କାଳିଆ ଯୋଜନା ନିମନ୍ତେ ଆବେଦନ ଫର୍ମ ଗ୍ରହଣ କରାଯାଇଥିଲା।ଡାକ୍ତର ଦୁର୍ଗାମାଧବ ପଣ୍ଡା ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।ଏହି ଶିବିରରେ ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଅରୁଣ କୁମାର ଖଣ୍ଡା, ବ୍ଲକ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ସହକାରୀ କୃଷି ଅଧିକାରୀ ଅଭିମନ୍ୟୁ ସ୍ୱାଇଁ, ବ୍ଲକ ଶିକ୍ଷା ଅଧିକାରୀ ସୁରଂଜନ ବାଗ, ସମାଜସେବୀ ରଞିତ କୁମାର ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତାକାଲି ଆନ୍ଧ୍ର ବିବାଦୀୟ ଧୁଲିପଦର ଗ୍ରାମରେ ଜନ୍ମଭୂମି କାର୍ଯ୍ୟକ୍ରମ କରିବେ ବୋଲି କୁହାଯାଉଥିବା ବେଳେ ଏବେ ଧୂଲିପଦରରେ ନ କରି ବିବାଦୀୟ ନେରାଡିବାଲସା ଓ ଆନ୍ଧ୍ରର କୂରକୂଟିରେ କରିବେ ବୋଲି ଜଣାପଡିଛି।ଜନ୍ମଭୂମି କାର୍ଯ୍ୟକ୍ରମରେ ଆନ୍ଧ୍ର କଣ ସବୁ ପ୍ରଦାନ କରିବେ ତାହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ନଜର ରଖିବେ ବୋଲି ଜଣପଡିଛି।କୋଟିଆଠାରେ ଆସନ୍ତାକାଲି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜନ ସଂପର୍କ ଶିବିର ଆୟୋଜନ କରାଯିବା ସହ ୪ ଟି ରାଜସ୍ୱ ଗ୍ରାମରେ ଇଭିଏମ ଓ ଭିଭିପାଟ ସଂପର୍କରେ ମକ ପୋଲିଂ କରାଯିବ ବୋଲି ଜଣାପଡିଛି।