Odiapua.com

ବିବାଦୀୟ କୋଟିଆର ୩ ଟି ଗ୍ରାମରେ ଜିଲ୍ଲା ପ୍ରଶାସନର ସଚେତନତା ଓ ସ୍ୱାସ୍ଥ୍ୟ ଶିବିର

କୋରାପୁଟ ; ତା୦୫-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆର ଧୂଲିପଦର ଗ୍ରାମରେ ଆସନ୍ତା ୭ ତାରିଖ ଦିନ ଆନ୍ଧ୍ରର ଜନ୍ମଭୂମି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ବିବାଦୀୟ ଅଂଚଳରେ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶରେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ନେତୃତ୍ତ୍ୱରେ ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ, ତହସିଲଦାର ଡ . ଅରୁଣ କୁମାର ଖଣ୍ଡା, ଗ୍ରାମ୍ୟ ଉନ୍ନୟନ ସୁନାବେଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ, ବ୍ଲକର ଏପିଓ ସୌମେନ୍ଦ୍ର ନାୟକ, ଯନ୍ତ୍ରୀ ବିଜୟ କୁମାର ନନ୍ଦ, ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ କୃଷି ବିଭାଗର ଅଧିକାରୀମାନେ ଗସ୍ତ କରିଥିଲେ। ତାଡିବାଲସା, ନାରାଡି ବାଲସା ଓ ଆରଜୁବାଲସା ଗ୍ରାମକୁ ଯାଇ ସରକାରଙ୍କ ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମେଡିସିନ ପ୍ରଦାନ କରାଯାଇଥିଲା। କୋଟିଆ ପଂଚାୟତ କାର୍ଯ୍ୟାଳୟଠାରେ କାଳିଆ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀମାନେ ପ୍ରବଳ ମାତ୍ରାରେ ଆସିଥିଲେ ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର ସୂଚନା ଦେଇଥିଲେ। ଆସନ୍ତାକାଲି ଧୂଲିପଦରଠାରେ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ସେ ପ୍ରକାଶ କରିଥିଲେ।