Odiapua.com

ବିବାଦୀୟ କୋଟିଆର ନାରେଡିବାଲସା ପରିଦର୍ଶନ କଲେ ଜିଲ୍ଲାପାଳ

କୋରାପୁଟ ; ତା୨୧-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ)ବିବାଦୀୟ କୋଟିଆର ନାରେଡିବାଲସା ଗ୍ରାମକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପରିଦର୍ଶନ କରିଥିବା ଜଣାପଡିଛି ।ନାରେଡିବାଲସାରେ ଏକ ୧୦୦ ଶର୍ଯ୍ୟାବିଶିଷ୍ଟ ହଷ୍ଟେଲ ନିର୍ମାଣ କରାଯିବ ଓ ନିର୍ମାଣ ନିମନ୍ତେ ଜମି ମଧ୍ୟ ପରିଦର୍ଶନ କରିଥିଲେ ।ଆରଜୁବାଲସା ଓ ତାଡିବାଲସାରେ ୨ ଟି ସ୍କୁଲ ରହିଛି ।୨ ଟି ସ୍କୁଲକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ପରିଦର୍ଶନ କରିବା ସହ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ ।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପ୍ରମୋଦ କୁମାର ପଣ୍ଡା , ପଟ୍ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି , ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଉମାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।ସୁଚାନେଯାଗ୍ୟ ଯେ ବିବାଦୀୟ କୋଟିଆରେ ଆନ୍ଧ୍ର ସରକାର ପ୍ରବେଶ କରି ବିଭିନ୍ନ ସାମଗ୍ରୀ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ କମିଟି ପରିଦର୍ଶନ କରିବା ପରେ କୋଟିଆର ବିକାଶ ନିମନ୍ତେ ସରକାର ଅର୍ଥ ବରାଦ କଲେ ।କୋଟିଅରେ ବସ ଚାଲିବା ସହ ଏକ ସପ୍ତାହିକ ହାଟ ମଧ୍ୟ ଚାଲୁଛି । କୋଟିଆରେ ମେଡିକାଲ ନିର୍ମାଣ କରାଯିବା ସହ କ୍ଲଷ୍ଟର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି ।କୋଟିଆରେ ବିଏସଏନଏଲ ତରଫରୁ ଏକ ମୋବାଇଲ ଟାଓାର ନିର୍ମାଣ ଶେଷ ହୋଇଯାଇଛି ।କୋଟିଆରୁ ନାରେଡିବାଲସା ଓ ମାଡକାର ରାସ୍ତା ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ।