Odiapua.com

ବିଧାୟକଙ୍କ ଦ୍ୱାରା ଭତା ବଂଟନ

କୋରାପୁଟ ; ତା୨୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ କୁମାର ପାଙ୍ଗି ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ୧୨୭ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତା ପ୍ରଦାନ କରିଥିବାବେଲେ ୭ଜଣଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଂଟନ କରିଛନ୍ତି। ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠି ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୌଦାମିନୀ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗାଙ୍ଗରାଜପୁର, ଚନ୍ଦକା, ସମ୍ବାଇ, ରାଲେଗାଡା, ସୁଙ୍କି, ମାଳିପୁଟ, ପଟ୍ଟାଙ୍ଗି ପଂଚାୟତର ହିତାଧିକାରୀ ମାନଙ୍କୁ ଭତା ଓ କାର୍ଯ୍ୟାଦେଶ ପ୍ରଦାନ କରା ଯାଇଥିଲା। ବିଜୁ ପକ୍କାଘର ହିତାଧିକାରୀମାନେ ୪ମାସ ମଧ୍ୟରେ ଘର ତିଆରି ଶେଷ କରି ୨୦ ହଜାର ଟଙ୍କାର ୍ତିରିକ୍ତ ସହାୟତା ନେବାକୁ ବିଧାୟକ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ, ସାଂସଦ ପ୍ରତିନିଧି ଜୟସିଂହ୍ ପଡାସେଠି, ବିଧାୟକ ପ୍ରତିନିଧି ନାଗେଶ ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ। ଉପରୋକ୍ତ ୭ଟି ପଂଚାୟତର ନିର୍ବାହି ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସେହିପରି ବ୍ଲକ ସଭାଗୃହରେ ବିଜୁ ଯୁବ ବାହିନୀ ପଟ୍ଟାଙ୍ଗି ବ୍ଲକ ସଂଯୋଜକ ଅଭିନାଶ ହନ୍ତାଳଙ୍କ ପୌରହିତ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପାଙ୍ଗି ଯୋଗ ଦେଇ ୧୪ଟି ପଂଚାୟତରୁ ଆସିଥିବା ବିଜୁ ଯୁବ ବାହିନୀର ୩୨୪ଜଣ ଯୁବକ ଯୁବତୀଙ୍କୁ ଟି-ସାର୍ଟ ଓ ଟୋପି ପ୍ରଦାନ କରିଥିଲେ।