Odiapua.com

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

କୋରାପୁଟ ; ତା୨୬-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ନାରାୟଣପାଟଣା ବ୍ଲକ ବାଲିପେଟା ପଂଚାୟତର ଗତିଗୁଡାରେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଆଲୋକ ମେଲେକା(୩୨)। ସୂଚନା ଅନୁଯାୟୀ, ବାଲିପେଟା-ପାଲାପୁଟ ମଧ୍ୟରେ ଚାଲିଥିବା ରାସ୍ତା କାମରେ ଆଲୋକ ଠିକାଦାରଙ୍କ ଅଧୀନରେ ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ନ୍ନରେ ଅନ୍ୟ କର୍ମଚାରୀଙ୍କ ସହ ରାସ୍ତାର ସର୍ଭେ କାମ ଚାଲୁଥିବାବେଳେ ସେ ଟେକି ଧରିଥିବା ସର୍ଭେ ସ୍କେଲ୍ ରାସ୍ତା ପାର୍ଶ୍ଟରେ ଯାଇଥିବା ବିଦ୍ୟୁତ ତାରରେ ଲାଗିବାରୁ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଆଲୋକକୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିବାବେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି। ନାରାୟଣପାଟଣା ପୁଲିସ ଘଟଣାର ତଦନ୍ତ କରୁଛି।