ମାଲକାନଗିରି,୧୯ା୧୨ (ଓଡିଆ ପୁଅ ) ମାଲକାନଗିରି ସଦର ବ୍ଲକ ସ୍ଥ ଗୌଡଗୁଡା ପଚାଂୟତ ରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିଥିବାରୁ ସେଠାରେ ଅଧ୍ୟୟନକରୁଥିବା ଛାତ୍ର ଛାତ୍ରୀ ମାନେ ନାନାପ୍ରକାର ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ବିଶେଷ କରି ବିଦ୍ୟାଳୟ ନିକଟରେ ଥିବା ଏକ ମାତ୍ର ନଳକୂପ ପାଣିକୁ ରୋଷେଇ ଓ ପାନୀୟ ଜଳଭାବେ ବ୍ୟବହାର କରିଥାନ୍ତି । ଗତକିଛି ଦିନହେଲା ଏହି ନଳକୂପ ପାଣିରୁ କାଦୁଅ ମାଟି ସହ ଜିଆ ବାହାରୁ ଥିବାରୁ ରୋଷେଇ ଓ ପାନୀୟ ଜଳ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି ।ବାରମ୍ବାରା ବିଭାଗୀୟ ଅଧିକାରୀ ଙ୍କୁଣାଇଲେ ମଧ୍ୟ ନଳକୂପ ମରାମତ କରାଯାଇ ନଥିବାରୁ ଗାଁ ଭିତରେ ଦୂରରେ ଥିବା ନଳକୂପରୁ ପାଣି ଅଣିବ୍ୟବହାର କରୁଛନ୍ତି ,ଜରୁରୀ ସମୟରେ ଏହି ଜିଆ ବାହାରୁଥିବା ଅପରିସ୍କାର ପାଣିକୁ ବ୍ୟବହାର କରିବା ପାଇଁ ଛାତ୍ର ଛାତ୍ରୀ ମାନେ ବାଧ୍ୟହୋଇ ଥାନ୍ତି ।