Odiapua.com

ବିଦାୟ ସମ୍ବର୍ନ୍ଧନା ସଭା

କୋରାପୁଟ ୩୧-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିକାଶ ପରିଷଦ ପକ୍ଷରୁ ପରିଷଦର ଉପସଭାପତି ମନୋରଂଜନ ମହାରଣାଙ୍କୁ ବିଦାୟ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିବା ଜଣାପଡିଛି ।ସୁନାବେଡା ସୁଭାଷନଗରସ୍ଥିତ ଜିଲ୍ଲା ବଧିର ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିଦାୟ ସମ୍ବର୍ନ୍ଧନା ସଭା ଆୟୋଜନ କରାଯାଇଥିଲା ।ବିଶିଷ୍ଠ ଶିକ୍ଷାବିତ ଡ. ଉମାଶଙ୍କର ପ୍ରସାଦ  ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୋରାପୁଟ ଓକିଲ ସଂଘର ନିର୍ବାଚିତ ସଭାପତି ଅଜିତ ପାତ୍ର ,ପରିଷଦର  ବରିଷ୍ଠ ସଦସ୍ୟ ଇଂ ସୁନୀଲ ବିଶ୍ୱାଲ ,ଶେଖ ଇବ୍ରାହିମ ,ଗୋବିନ୍ଦ ବଲ୍ଲଭ ପାଢୀଙ୍କ ସମେତ ଚିନ୍ତାମଣି ପୁଷ୍ଠି ,ମିନା କୁମାରୀ ପୁଷ୍ଠି  ପ୍ରମୁଖ ଯୋଗଦେଇ କୋରାପୁଟ ଜିଲ୍ଲାର ବିକାଶ ପ୍ରତି ଶ୍ରୀ ମହାରଣାଙ୍କ ନିଷ୍ଠା ଉପରେ ଆଲୋକପାତ କରିଥିଲେ ।କୋରାପୁଟ ବିକାଶ ପରିଷଦ ପକ୍ଷରୁ ୨୦୧୩ ମସିହାରେ ରେଳସେବା ଓ ସ୍ୱାସ୍ଥ୍ୟସେବାର ବିକାଶ ନେଇ ଦସ୍ତଖତ ଅଭିଯାନରେ  ଶ୍ରୀ ମହାରଣାଙ୍କ ଅବଦାନ ସଂପର୍କରେ ବକ୍ତାମାନେ ଉପସ୍ଥାପନା କରିଥିଲେ ।କୋରାପୁଟ ଜିଲ୍ଲା ଛାଡି ଭୁବନେଶ୍ୱରେ ଅବସ୍ଥାନ କଲେ ମଧ୍ୟ କୋରାପୁଟ ଜିଲ୍ଲାର ରେଳସେବାର ଉନ୍ନତିକରଣ ଦିଗରେ ସର୍ବଦା ଚେଷ୍ଟିତ ରହିବେ ବୋଲି ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ ।ବିକାଶ ପରିଷଦର ସଦସ୍ୟମାନେ ଉପଢୈାକନ ଦେଇ ଶ୍ରୀ ମହାରଣାଙ୍କୁ ସମ୍ବର୍ନ୍ଧିତ କରିଥିଲେ ।