Odiapua.com

ବିଦାୟକାଳୀନ ସମ୍ବର୍ନ୍ଧନା ସଭା ;ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

କୋରାପୁଟ ୩୧-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ଆଜି ଚାକିରୀରୁ ଅବସର ନେଇଥିବା ବେଳେ କାର୍ଯ୍ୟାଳୟ ତରଫରୁ ଏକ ବିଦାୟକାଳୀନ ସମ୍ବର୍ନ୍ଧନା ସଭା ଆୟୋଜନ କରାଯାଇଥିଲା ।କୋରାପୁଟ ମ୍ୟୁନସାଲଟି ତରଫରୁ ଉପଢୈାକନ ଦେଇ ସମ୍ବର୍ନ୍ଧନା ଦିଆଯାଇଥିଲା ।କୋରାପୁଟ ମ୍ୟୁନସିପାଲଟି କାର୍ଯ୍ୟାଳୟର ଯନ୍ତ୍ରୀ ,କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ ସହରର ବିକାଶ କାର୍ଯ୍ୟ ଆଗେଇ ନେଇପାରିଥିବାରୁ ସମସ୍ତଙ୍କୁ ଶ୍ରୀ ସାମାନ୍ତରାୟ ଧନ୍ୟବାଦ ଜଣେଇଥିଲେ ।ସମ୍ବର୍ନ୍ଧନା ସଭାରେ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଓ ସୁଧିର ଦାସ ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ ,କାର୍ଯ୍ୟାଳୟର ଅଶୋକ ସାହା ,ସିମାଞ୍ଜଳ ପଢିହାରୀ , ଦୁର୍ଗାମାଧବ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।ସୁନାବେଡା ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଆଜି କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।