Odiapua.com

ବିଜ୍ଞାନ କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋରାପୁଟ ୨୮-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟସ୍ଥିତ ବିଜ୍ଞାନ ଇଂଟରନେସନାଲ କଲେଜରେ ଯୁକ୍ତ ୨ ଏବଂ ୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଟାଉନ ହଲରେ କଲେଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଇଂ.ସୁବ୍ରତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାଗତ ସମାରୋହରେ ବିଶିଷ୍ଟ ଶିକ୍ଷାବିତ ତଥା ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟର ପୂର୍ବତନ ଭାଇସ-ପ୍ରିନ୍ସିପାଲ୍ ଡଃ.ଅମୂଲ୍ୟ ଋଂଜନ ମହାପାତ୍ର ମୁଖ୍ୟ ଅତିଥି ଏବଂ ଟାଉନଥାନା ଅଧିକାରୀ ବାସୁଦେବ ଛତ୍ରିଆ ମୁଖ୍ୟ ବକ୍ତା ଭାବେ ଭାବେ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ଇଂ.ମିଶ୍ର ସ୍ୱାଗତ ଭାଷଣ ଦେବା ସହ ଛାତ୍ରଛାତ୍ରୀ କଲେଜର ନୀତି ନିୟମ ମାନି ଚଳିବା ସହ ଶିକ୍ଷକ ମାନଙ୍କ ପରାମର୍ଶ କ୍ରମେ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇଥିଲେ। ଏହା ବ୍ୟତୀତ ପିଲାଙ୍କ ଭବିଷ୍ୟତ ଗଢିବା କଲେଜର ଦାୟିତ୍ୱ ରହିଥିଲେ ମଧ୍ୟ ଅଭିଭାବକ ମାନଙ୍କ ସହଯୋଗ ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଶିକ୍ଷାହିଁ ମନୁଷ୍ୟର ପ୍ରକୃତ ବନ୍ଧୁ ଓସୁଖ ଦୁଃଖରେ ନିଜ ସହ ରହିଥାଏ ଏବଂ ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ତେଣୁ ସେମାନେ ଭଲ ପାଠ ପଢି ନିଜର ଉଜ୍ୱଳ ଭବିଷ୍ୟତ ଗଢିବା ଆବଶ୍ୟକ ବୋଲି ମୁଖ୍ୟ ବକ୍ତା ମତବ୍ୟକ୍ତ କରିଥିଲେ। ସେହିପରି ଶିକ୍ଷା ବିହୀନ ମନୁଷ୍ୟ ପଶୁ ତୂଲ୍ୟ ବୋଲି ମୁଖ୍ୟ ଅତିଥି ଡଃ.ମହାପାତ୍ର ବକ୍ତବ୍ୟ ରଖିବା ସହ ଶିକ୍ଷା ଏପରି ଏକ ପାଠ୍ୟକ୍ରମ ଯାହା ଆହରଣ କରି ଆମେ ଆମର ଅର୍ନ୍ତନିହିତ ଗୁଣାବଳୀର ବିକାଶ କରିବା ପାରିବା ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ନବାଗତ ମାନଙ୍କ ଅଭିଭାବକମାନେ ମଧ୍ୟ ଯୋଗ ଦେଇଥିଲେ। ଅଧ୍ୟାପିକା ମିନାକ୍ଷୀ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପିକା ପ୍ରଜ୍ଞା ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହାୟତା କରିଥିଲେ।