Odiapua.com

ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୬ (ଓଡିଆ ପୁଅ) : ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା। ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି ଏବଂ ଆପଣମାନଙ୍କ ଆଶୀର୍ବାଦ ଲାଭ କରିଥିଲି। ଆପଣମାନଙ୍କର ଏ ସ୍ନେହ, ଆଦର ଓ ଭଲ ପାଇବା ମୋତେ ସବୁଦିନେ ଋଣୀ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେପୁରବାସୀଙ୍କୁ ଦେଇଥିବା କଥା ମୁଁ ସବୁବେଳେ ପାଳନ କରିଆସିଛି। ବିଜେପୁରର ବିକାଶ ମୋର ଦାୟିତ୍ୱ ଏବଂ ଏଥିପାଇଁ ମୁଁ କାମ କରିଚାଲିବି। ମୁଁ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି ଓ ରହିଥିବି। ନୂଆ ଓଡ଼ିଶା ଓ ସମୃଦ୍ଧ ବିଜେପୁର ପାଇଁ ମୁଁ ଆପଣମାନଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।