Odiapua.com

ବିଜେଡି କର୍ମୀ ସମିଳନୀ

କୋରାପୁଟ ; ତା୨୪-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲା ଲମତାପୁଟ ବ୍ଲକର ଟିକରପୋଡା ପଂଚାୟତରେ ବିଜୁ ଜନତା ଦଳର କର୍ମୀ ସମିଳନୀ ଅନୁଷ୍ଠିତ ହୋଇଛି। ପଂଚାୟତ ସ୍ତରୀୟ କର୍ମୀ ସମିଳନୀରେ ରାଜ୍ୟ ଖଦି ବୋର୍ଡ ସଭାପତି ତେଦେଶ୍ୱର ପରିଡା ମୁଖୟ ଅତିଥି ଭାବେ ଯାଗ ଦେଇ ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ ମଜଭୁତ କରିବାକୁ ଆହ୍ାବନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳର ଗରିବ ଲୋକଙ୍କ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାର ସୁଫଳ କିପରି ସମସ୍ତେ ପାଇବେ ସେଥିପ୍ରତି ପ୍ରତ୍ୟେକ କର୍ମୀ ଗୁରୂତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି, କୋରାପୁଟ ସାଂସଦ ଝିନ୍ନ ହିକକା, ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ପାଣିଗ୍ରାହି, ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ, ଉପ-ସଭାପତି ତୁଳସୀ କିର୍ଷାନୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଜେଡି ନେତା ରଘୁରାମ ମାଛ, ତ୍ରିପୁରାରୀ ଗରଡା, ଉତ୍କଳରଂଜନ ନାୟକ, ଲକି ହନ୍ତାଳ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜେଡିର ବିଜୟ ନିଶ୍ଚିନ୍ତ କରାଇବାକୁ ଆହ୍ୱାନ ଦେଇଥିଲେ।