Odiapua.com

ବିଜେଡି ଆଶାୟୀପ୍ରାର୍ଥିଙ୍କ ସେମିଲିଗୁଡାଠାରେ ବିରାଟ କର୍ମି ସମ୍ମିଳନୀ

କୋରାପୁଟ ୧୬-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ନିର୍ବାଚନ ତାରିଖ ଘୋଷଣା ହେବା ପରେ ନାମାଜ୍ଞନପତ୍ର ଦାଖଲ ୧୮ ତାରିଖଠାରୁ ଆରମ୍ଭ ହେବାକୁ ଥିବା ବେଳେ କଂଗ୍ରେସ, ବିଜେଡି କିମ୍ଭା ବିଜେପି ପ୍ରାର୍ଥିଙ୍କ ନାମ ଘୋଷଣା କରି ନାହାନ୍ତି।ଅନେକ ଆଶାୟୀ ପ୍ରାର୍ଥି ଏବେ ଭୁବନେଶ୍ୱରରେ ରହି ଲବି କରୁଥିବା ବେଳେ ବିଜେଡିର ଜଣା ଆଶାୟୀ ପ୍ରାର୍ଥି ସେମିଲିଗୁଡାଠାରେ ଶକ୍ତି ପ୍ରଦର୍ଶନ କରିଥିବା ଜଣାପଡିଛି।ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଚୈତନ୍ୟ ନନ୍ଦିବାଲି ନାମକ ଯୁବକ ଆଶାୟୀ ରହିଥିବା ଜଣାପଡିଛି।ଆଜି ସେମିଲିଗୁଡା ନିକଟରେ ଏକ ବିଜେଡି କର୍ମି ସମ୍ମିଳନୀ କରିଥିଲେ ଯେଉଁଥିରେ ଅସଂଖ୍ୟ ସମର୍ଥକ ଯୋଗଦେଇ ବିଜେଡି ସରକାର ଅମଳରେ ଅନେକ ବିକାଶ ହୋଇପାରିଛି ଏବଂ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ନିମନ୍ତେ ଚୈତନ୍ୟ ନନ୍ଦିବାଲିଙ୍କୁ ପ୍ରାର୍ଥି କରିବାକୁ ଦାବି କରିଥିଲେ।