Odiapua.com

ବିଜେଡିର ସାଂଗଠନିକ ସମୀକ୍ଷା ବୈଠକ ଶୋଷଣ ସରକାର ମାଟି କାମୁଡିଛି ଓ ଭାଷଣ ଦେଉଥିବା ସରକାରଙ୍କୁ  ଉପଯୁକ୍ତ ଜବାବ ଦିଆଯିବ-ପ୍ରଣବ

କୋରାପୁଟ ୦୧-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ସାଂଗଠନିକ ସମୀକ୍ଷା ବୈଠକ କୋରାପୁଟଠାରେ  ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ ।ଦୀର୍ଘ ବର୍ଷ ଶାସନ କରୁଥିବା ଶୋଷଣ ସରକାର ଏବେ ମାଟି କାମୁଡି ପଡିଥିବା ଏବେ  ଗତ କିଛିଦିନ ହେଲା ଭାଷଣ ସରକାର ଆସିଛି ।କୈାଣସି କାମ ନ କରି କେବଳ ରାଜନୀତି କରୁଛି ।ଏହି ଭାଷଣ ସରକାରଙ୍କୁ ଉପଯୁକ୍ତ ଜବାବ ଦେବାକୁ ସମୟ ଆସିଛି ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ଆମ ନେତା କାମରେ ବିଶ୍ୱାସ କରୁଛନ୍ତି ଭାଷଣରେ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । ଭୋଟରମାନଙ୍କୁ ମାଲିକ ସହ ତୁଲନା କରି ପ୍ରତି ଓାର୍ଡକୁ ଯାଇ ଲୋକମାନଙ୍କ ସମସ୍ୟାକୁ ଦୁରୀଭୂତ କରିବାକୁ ଉପସ୍ଥିତ ବିଧାୟକ , ନେତା ଓ କର୍ମିମାନଙ୍କୁ ଆହ୍ୱାନ ଦେଇଥିଲେ ।ଏହି ବୈଠକରେ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା , ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , ପୂର୍ବତନ ସାଂସଦ ଝିନ୍ନ ହିକକା , କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ , ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ , ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ,ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି , ଶିବ ପଟନାୟକ , ବାଲା ରାୟ , ଧର୍ମେନ୍ଦ ଅଧିକାରୀ, ଡ.ଇନ୍ଦିରା ନନ୍ଦ ,ପାର୍ବତୀ ମସ୍ତି ,ଛାତ୍ର ଜୋନାଲ ସଭାପତି ଶିବରାଜ କନ୍ଧପାନ ,ରୀତା ପାଣିଗ୍ରାହୀ , ସନ୍ତୋଷ ପଣ୍ଡା , ଜୟନ୍ତ ମିଶ୍ର , ବିମଲ କୁମାର ଗରଡା , ରଘୁରାମ ମାଛ ,ଉତ୍କଳ ରଂଜନ ଦାସ ,ଲଲାଟ ରଂଜନ ସେଠୀ ,ସୁରେଶ ପଟନାୟକ ପ୍ରମୁଖଙ୍କ ସହ ଅନେକ ବିଜେଡି ନେତା ଓ କର୍ମି ଉପସ୍ଥିତ ଥିଲେ ।