Odiapua.com

ବିଜେଡିର ଜୋନ୍ ସ୍ତରୀୟ ସମିଳନୀ

କୋରାପୁଟ;ତା୧୦-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନନ୍ଦପୁର ବ୍ଲକ କୁଲାରସିଂହ୍ ପଂଚାୟତରେ ବିଜୁ ଜନତା ଦଳର ଜୋନ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜିଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମିଳନୀରେ ପଟ୍ଟାଙ୍ଗି ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କମୁଳୁ ଯାନୀ,କ୍ରିଟ୍ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି, ପଟ୍ଟାଙ୍ଗି ବିଧାନସଭା ପର୍ଯ୍ୟବେକ୍ଷକ,ପୂର୍ବତନ ବିଧାୟକ ରଘୁରାମ ପଡାଲ,ଜିଲା ଯୁବ ବିଜେଡି ସଭାପତି ଅମିତ୍ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଦଳର ସଙ୍ଗଠନ ପ୍ରତି ଗୁରୂତ୍ୱ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ସମିଳନୀରେ ଦୁଇ ହଜାରରୁ ଉଦ୍ଧ୍ୱର୍ କର୍ମୀ ଯୋଗ ଦେଇଥିଲେ ।