Odiapua.com

ବିଜେଡିର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କୋରାପୁଟ ୦୮-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ଜିଲା ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇ ଦଳୀୟ ସଙ୍ଗଠନ ସୁଦୃଢ କରିବାକୁ ଆହ୍ୱାନ୍ ଦେଇଥିଲେ। କୋଟପାଡ ବିଧାୟିକା ତଥା ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ତଥା ଡିପିସି ଅଧ୍ୟକ୍ଷ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ, ଜିଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ଓ ପ୍ରଫୁଲ ପାଙ୍ଗୀ ଯୋଗ ଦେଇ ତୃଣ ମୂଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପଦାଧିକାରୀ ମାନଙ୍କୁ କହିଥିଲେ। ଏହି ଅବରରେ ନୂତନ ସଭ୍ୟ ସଂଗ୍ରହ, ଆସନ୍ତା ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ନିଶ୍ଚିତ ବିଜୟ, ସହରାଂଚଳରେ ୱାର୍ଡ କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟ ତଦାରଖ ସମ୍ପର୍କର୍ରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଉପ-ସଭାପତି ଉତ୍କଳ ରଂଜନ ନାୟକ, ଜିଲା ସମ୍ପାଦକ ସନାତନ ଦାଶ, ପୂର୍ବତନ ଜିଲା ପରିଷଦ ଉପ-ସଭାପତି ମାଧବ ଖୋସ୍ଲା, କୋରାପୁଟ ବିଧାନ ସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଜ୍ଞାନେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ଉପସଭାପତି ଭରତ ମଲ୍ଲିକ, ବିଜୟ ପଣ୍ଡା, ଲଲାଟ ରଂଜନ ସେଠୀ, ବିମଳ ଗରଡା, ଏସ.ଦଳପତି, ବିଜେଡି ନେତା ରଘୁରାମ ମାଛ, ଶିବ ପଟନାୟକ, ପଙ୍କଜ ପାତ୍ର, ଅଶ୍ୱିନୀ ସାହୁ, ମହିଳା ବିଜେଡି ଜିଲା ସଭାନେତ୍ରୀ ସୁଚିତ୍ରା ସ୍ୱାଇଁ, କାର୍ଯ୍ୟକାରିଣୀ ସଭାନେତ୍ରୀ ରୀତା ପାଣିଗ୍ରାହିଙ୍କ ସମେତ ସମସ୍ତ ଜିଲା ପରିଷଦ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ ଅନ୍ୟାନ୍ୟ ସଦସ୍ୟ, ସଦସ୍ୟା ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲାର ପ୍ରତି ନିର୍ବାଚନ ମଣ୍ଡଳୀରୁ ୭୦ ହଜାର ସଭ୍ୟସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ସୂଚନା ଦେଇଥିଲେ।