Odiapua.com

ବିଜେଡିରେ ଯୋଗଦେଲେ ୨୩ ବିଜେପି କର୍ମୀ

କୋରାପୁଟ ୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଆଲିସାନ ହୋଟେଲ ସବଭାଗୃହଠାରେ ଆୟୋଜିତ କୋରାପୁଟ ଜିଲା ବିଜୁ ଜନତା ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୩ଜଣ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ କୋରାପୁଟରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଦଳରେ ସାମିଲ ହୋଇଥିଲେ। ନୀଳକଣ୍ଠ ମାଝି, ବିଶ୍ୱନାଥ ଭଣ୍ଡାରି, ଗୋବିନ୍ଦ ମାଝି, ରମେଶ ସିଂହ୍, ଦେବ ସିଂହ ମାଝି, ଜୟ ମାଝି, ଅରକ୍ଷିତ ମାଝି, ଟଙ୍କଧର ଭତ୍ରା, କମୋଳ ଭତ୍ରା, କୈଳାଶ ମାଝି, ତ୍ରିନାଥ ନାୟକ, ଜଗବନ୍ଧୁ ଦିବାନ୍, ନରସିଂହ ଭତ୍ରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। ବିଜେଡି ନେତା ରଘୁରାମ ମାଛ, ଜିଲା ଉପସଭାପତି ତ୍ରିପୁରାରୀ ଗରଡା, ସମ୍ପାଦକ ଉତ୍କଳ ରଂଜନ ନାୟକ, କ୍ରୀଟ ଅଧ୍ୟକ୍ଷ ଅଶୋକ ପାଙ୍ଗି, କୋଟପାଡ ବ୍ଲକ ସଭାପତି ବୀରେନ ବିଷୋୟୀ, ଅଶ୍ୱିନୀ ସାହୁ, ଭାଗିରଥୀ ପାଟନିଆ ପ୍ରମୁଖ ଉପସ୍ଥିତ ଥିଲେ।