Odiapua.com

ବିଜେଡିରୁ ନିଳମ୍ବିତ ହେଲେ ରଘୁରାମ

କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ବିଜେଡି ନେତା ରଘୁରାମ ମାଛଙ୍କୁ  ନିଳମ୍ବିତ କରାଯାଇଥିବା ଜଣାପଡିଛି ।ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ   ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦ୍ଦେଶରେ ଦଳରୁ ନିଳମ୍ବିତ କରାଯାଇଥିବା ଗଣମାଧ୍ୟମ ବ୍ୟାପର ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜଙ୍କ ଚିଠିରୁ  ଜଣାପଡିଛି ।୨୦୧୪ ମସିହାରେ କୋରାପୁଟ ନିର୍ବାଚନ ମଣ୍ଡଳୀ ନିମନ୍ତେ ରଘୁରାମ ମାଛ ବିଜୁ ଜନତା ଦଳର ପ୍ରାର୍ଥି ହୋଇଥିଲେ ।କଂଗ୍ରେସ ପ୍ରାର୍ଥି କୃଷ୍ଣ ସଗରିଆଙ୍କଠାରୁ ସେ ୪୮୦୦ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ।  ମୋର ସହଯୋଗରେ ଗତ ପଂଚାୟତ ନିର୍ବଚନରେ ୬ ଜଣ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଜିତିଥିଲେ ବୋଲି ରଘୁରାମ ମାଛ ପ୍ରକାଶ କରିଛନ୍ତି ।ଗତ ୨୦୧୯ ନିର୍ବାଚନରେ ଦଳ ଟିକଟରୁ ବଂଚିତ ହୋଇ ମଧ୍ୟ ଦଳ ପାଇଁ କାମ କରିଥିଲି ।ମୋର ଲୋକପ୍ରିୟତାକୁ ଦେଖି କେତେକ ନେତା ଅସହିଷ୍ଣୁତା ହୋଇ ଏଭଳି କାର୍ଯ୍ୟ କରିଥାଇପାରନ୍ତି ବୋଲି  ଶ୍ରୀ ମାଛ ଅଭିଯୋଗ କରିଛନ୍ତି ।ଦଳର ଜଣେ ଶୃଖଂଳିତ କର୍ମିଭାବେ ଦଳ ନେତୃବୃନ୍ଦ ଯାହା ନିର୍ଦ୍ଦେଶ ଦେବେ ସେହିପରି କାର୍ଯ୍ୟ କରିବି ବୋଲି ସେ ସୂଚନା ଦେଇଛନ୍ତି ।