Odiapua.com

‘ବିଚାରଧାରା ମାଧ୍ୟମରେ ସଙ୍ଗଠନ ବୃଦ୍ଧି ଚିରସ୍ଥାୟୀ’; ବିଜେପି ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଶାଖା ପକ୍ଷରୁ ଭଣ୍ଡାରିପୋଖରୀ ଓ ସୁବର୍ଣର୍ମୁଖି ମଣ୍ଡଳର ବଦ୍ରୀନାରାୟଣ ଧଳଙ୍କ ନେତୃତତ୍ୱରେ ଅନୁଷ୍ଠିତ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।ଦଳର ସଂସଦୀୟ କ୍ଷେତ୍ର ନେତା ଅଭିମନ୍ୟୁ ସେଠୀ ଦଳୀୟ ପତାକା ଉତ୍ତୋଳନ କରିବା ସହ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଭାଜପା ଏକ ଭିନ୍ନ ଆଦର୍ଶର ଦଳ ହୋଇଥିବାରୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଶୃଙ୍ଖଳିତ ହୋଇ ଜନସାଧାରଣଙ୍କ ହୃଦୟ ଜିଣି ଦଳୀୟ ସଙ୍ଗଠନକୁ ଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ ଓ ପ୍ରପଫୁଲ୍ଲ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଥମ ଦିବସର ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସୋରୋ ବିଧାନସଭା ନେତା ରାକେଶ କୁମାର ମଲ୍ଲିକ ଯୋଗଦେଇ କାର୍ଯ୍ୟପଦ୍ଧତି ଓ ସଙ୍ଗଠନ ସଂରଚନାରେ କାର୍ଯ୍ୟକତ୍ତାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଜାତୀୟ କୃଷି ଗବେଷଣାକେନ୍ଦ୍ରର ସଦସ୍ୟ ତଥା ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ମନୀଷା ଚିନ୍ମୟୀ ବେହେରା ଯୋଗଦେଇ ରାଜ୍ୟର ରାଜନୈତିକ ପୃଷ୍ଠଭୂମିରେ ଭାଜପାର ଭୂମିକା ଓ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଶ୍ରୀ ଧଳ ରାଷ୍ଟ୍ରୀୟ ସୁରକ୍ଷା ଓ ସାମର୍ଥ ସହିତ ଆତ୍ମନିର୍ଭରତା ଉପରେ ଆଲୋକପାତ କରିଥିଲେ । ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବାନନ୍ଦ ସାହୁ ଓ ଅନ୍ତର୍ଯ୍ୟାମୀ ସାହୁ ସାମାଜିକ ଉପଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମନ୍ତ୍ରୀ ମନମୋହନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଙ୍ଗଠନର ବୈଚାରିକ ଅଭିବୃଦ୍ଧି ଚିରସ୍ଥାୟୀ ବୋଲି ମତ ଦେବା ସହ ନେତୃତ୍ୱ ପ୍ରତି ଅନୁଗତ ରହିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ଣ୍ଣଚନ୍ଦ୍ର ଖିଲାର ଅତିଥି ପରିଚୟ ଓ ସରପଞ୍ଚ କମଳ ଲୋଚନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ନେତା ନିର୍ମଳ କର, ସରପଞ୍ଚ ଜଗବନ୍ଧୁ ଦାସ, ମଣିକାଞ୍ଚନ ସେନାପତି, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୁରେଶ ସାମଲ, ତପସ୍ୱିନୀ ମହାପାତ୍ର, ପ୍ରଦ୍ୟୁମ୍ନ ସେନାପତି, ତରଣୀସେନ ପଣ୍ଡା, ଅଜୟ ପାତ୍ର, ପ୍ରଦୀପ ପାଢୀ, ଅଭିଷେକ ମହାପାତ୍ର, ଭାସ୍କର ରାଉତ, ରୁକ୍ମିଣୀ ଦାସ, ଶକୁନ୍ତଳା ସାମଲ, ପ୍ରତାପ ଦ୍ୱିବେଦୀ, ପର୍ଶୁରାମ ପରିଡା, ଜୟକୃଷ୍ଣ ନାୟକ, ଅଶୋକ ବେହେରା, କରୁଣାକର ସାହୁ, ସନ୍ତୋଷ ସାହୁ, ବଳରାମ ରାଉତ, ନିରାକାର ସାହୁ, ମଦନ ସାହୁ, ସନ୍ତୋଷ ସାହୁ, ରବିନାରାୟଣ ସାହୁ, ଶୀଧର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।