Odiapua.com

ବିଗିଡ଼ିଲା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା: ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଭେଟେରାନ୍ ଅଭିନେତା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କର୍କଟ ରୋଗରେ ପୀଡ଼ିତ ଏବଂ ଏବେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଡାକ୍ତର କହିଛନ୍ତି। ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ। ସେଠାରେ ସେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗର ଚିକିତ୍ସା କରାଇଥିଲେ। ୨୦୧୮ ମସିହାରେ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ଜଣା ପଡ଼ିଥିଲା। ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ନିଜର ଚିକିତ୍ସା କରାଇଥିଲେ। ପତ୍ନୀ ନିତୁ ସିଂ ଏହି କଠିନ ସମୟରେ ଋଷି କପୁରଙ୍କ ସହ ଛିଡା ହୋଇଛନ୍ତି। ଯେତେବେଳେ ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିଲେ, ନୀତୁ ସିଂ ମଧ୍ୟ ତାଙ୍କ ସହିତ ଥିଲେ। -ଦେବଦତ୍ତ ରଥ

ଏକା ସାଙ୍ଗରେ ୫ ପିଲାଙ୍କୁ ଜନ୍ମ ଦେଲେ ମହିଳା