Odiapua.com

ବାଲି ବୋଝେଇ ଟିପ୍ପର ଡାଲାରୁ ୪୫ ଟକ୍ଷ ଟଙ୍କାର ଗଞେଇ ଜବତ ଓ ଜଣେ ଗିରଫ

କୋରାପୁଟ ୨୪-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ବିଭିନ୍ନ ଉପାୟରେ ଗଞେଇ ଚୋରା ଚାଲାଣକାରୀମାନେ ପରବହନ କରୁଥିବା ସତ୍ୱେ ଜିଲ୍ଲା ପୋଲିସ ଜବତ କରିବାରେ ସକ୍ଷମ ହେଉଥିବା ଜଣାପଡିଛି ।ବାଲି ବୋଝେଇ ଟିପ୍ପରରେ ଗ ଞେଇ ଚୋରା ଚାଲାଣକୁ ପାଡୁଆ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।ଏହି ମାମଲାରେ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।କୋରାପୁଟ ଏସପିଙ୍କ  ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ପାଡୁଆ  ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ ପାଡୁଆ ଡାକବଙ୍ଗଳା ନିକଟରେ ନାକାବନ୍ଦି କରିଥିଲେ ।ଦ୍ରୁତ ଗତିରେ ଆସୁଥିବା  ଏକ ଟିପ୍ପରକୁ ପୋଲିସ ଅଟକାଇଥିଲେ ।କୁହୁଡିର ସୁଯୋଗ ନେଇ ୨ ଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ ପୋଲିସ କାବୁ କରିଥିଲା ।ଟିପ୍ପରରେ ଥିବା ବାଲିକୁ ପୋଲିସ ଖାଲି କରିବା ପରେ ବାଲି ତଳେ ଗଞେଇ ଥିବା ପୋଲିସ ଜାଣିବାକୁ ପାଇଥିଲା ।ଏଥିରେ ୪ କ୍ୱିଟାଂଲରୁ ଅଧିକା ଗଞେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।ଲମତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।ପାଡୁଆଥାନା ଅନ୍ତର୍ଗତ ପୂଜାରୀପୁଟ ବାଲି ଉଠାସ୍ଥାନରୁ ସେମିଲିଗୁଡାକୁ ଗ ଞେଇଚୋରା ଚାଲାଣ ହେଉଥିବା  ସୂଚନା ମିଳିଛି ।