Odiapua.com

ବାରଜରେ ଭାରତମାଳା ଜମି ସୁରକ୍ଷା ମଂଚ ବୈଠକ

କୋରାପୁଟ ୨୮-୧୦(ଓଡିଆ ପୁଅ /ରଂଜନ ଦାସ)ଭାରତମାଳା ପ୍ରକଳ୍ପକୁ ସମର୍ଥନ କରାଯାଉଛି ।ଭାରତମାଳା ଜମି ସୁରକ୍ଷା ମଂଚ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛି ।କିନ୍ତୁ ପ୍ରାୟ ୧ ବର୍ଷ ହେବ ମଂଚ ତରଫରୁ ଦାବି ଦିଆଯାଇଥିଲା ।ରାଜ୍ୟ ନା କେନ୍ଦ୍ର ନା ଜିଲ୍ଲା ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ ଦାବି ସଂପର୍କରେ ଆଲୋଚନା କରିବାକୁ ଡାକି ନ ଥିବା ମଂଚର ଆବାହକ ତଥା ସମାଜସେବୀ ଶରତ ଚନ୍ଦ୍ର ବୁରୁଦା ପ୍ରକାଶ କରିଛନ୍ତି ।ପଟ୍ଟାଙ୍ଗୀ ବ୍ଲକର ବାରଜଠାରେ କ୍ଷତିଗସ୍ତ ଲୋକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପଟ୍ଟାଙ୍ଗୀ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ,କୋରାପୁଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନାଗେଶ୍ୱର ପାଞ୍ଜିଆ ,ଦୋରା ସାମାଜର ଆବାହକ ତାଉଡୁ ଦୋରା , ଚନ୍ଦକା ସରପଂଚ ପ୍ରଦୀପ ଫୁଲ , ରାଲେଗଡା ସରପଂଚ ତ୍ରୀନାଥ କଟା ଓ କ୍ଷତିଗସ୍ତ ଲୋକମାନେ ଉପସ୍ଥିତ ରହିଥିଲେ ।ବିସ୍ଥାପିତ ଲୋକମାନଙ୍କୁ କର୍ମ ନିଯୁକ୍ତି ଓ ଏକର ପିଛା ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଥିବା ଶ୍ରୀ ବୁରୁଦା ପ୍ରକାଶ କରିଛନ୍ତିା ଆସନ୍ତା ମାସ ୧୪ ତାରିଖ ଦିନ ଡୁମୁରିପୁଟଠାରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଭାରତମାଳା ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତ ଲୋକମାନଙ୍କର ବୈଠକ କରାଯିବ । ଯେଉଁଥିରେ  ସମସ୍ତ ବିଧାୟକ , ସାଂସଦ , ସରପଂଚ , ସମିତି ସଭ୍ୟ ଓ ପ୍ରତ୍ୟେକ ଦଳର ସଭାପତିମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଆସୁଛୁ କିନ୍ତୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ମାଟି ମାଡିବାକୁ ଦେବୁ ନାହିଁ ବୋଲି ଶ୍ରୀ ବୁରୁଦା ଚେତାବନୀ ଦେଇଛନ୍ତି ।