Odiapua.com

ବାବୁଶାନ୍ ଶ୍ରେଷ୍ଠ ଅଭିନେତା; ବର୍ଷା ଶ୍ରେଷ୍ଠ ଅଭିନେତ୍ରୀ: ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯ 

ଭୁବନେଶ୍ବର: ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯’ ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ୨୦୧୯ ପାଇଁ ଚଳଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରେଷ୍ଠ ନାୟକ ଭାବରେ ବାବୁଶାନ ମହାନ୍ତି ଏବଂ ଶ୍ରେଷ୍ଠ ନାୟିକା ଭାବରେ ବର୍ଷା ପ୍ରିୟଦର୍ଶିନୀ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‍) ବୈଶାଳୀ ଏବଂ (ପପୁଲାର) ମିଷ୍ଟର ମଜ୍‌ନୁ ପାଇଥିଲା।ଶ୍ରେଷ୍ଠ ନିର୍ଦେଶକ (କ୍ରିଟିକ୍‍) ବବି ଇସ୍‍ଲାମ୍‍, (ପପୁଲାର) ଅଶୋକ ପତି, ଗୀତିକାର ପଞ୍ଚାନନ ନାୟକ, ଖଳନାୟକ ସନ୍ଦୀପ ପାଣି, ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ ରାଇମୋହନ ପରିଡ଼ା, ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ, ପ୍ରଚ୍ଛଦପଟ୍ଟ ଗାୟକ ସରୋଜ ପ୍ରଧାନ, ପ୍ରଚ୍ଛଦପଟ୍ଟ ଗାୟିକା ନିବେଦିତା, କାହାଣୀକାର ଦିଲୀପ ଦାଶ, ନବାଗତା ନାୟିକା ଅନନ୍ୟା ମହାନ୍ତି, ନବାଗତ ନାୟକ ଶ୍ରେୟାନ୍‍ ନାୟକ, ପାର୍ଶ୍ବ ଅଭିନେତା (ଯୁଗ୍ମ ଭାବରେ) ଶ୍ରୀତମ ଦାସ, ଶୁଭାଶିଷ ନାଥ ଶର୍ମା, ପାର୍ଶ୍ବ ଅଭିନେତ୍ରୀ (ଯୁଗ୍ମ ଭାବରେ) ବେବି ପ୍ରଧାନ, ପ୍ରତିଭା ପଣ୍ଡା, ସଂଳାପକାର ଦେବୀଦତ୍ତ ମହାନ୍ତି, ଚରିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, କ୍ଷୁଦ୍ର ପ୍ରାମାଣିକ ଚିତ୍ର ସନ୍ନି ଦି ସନ୍‍ ଅଫ୍‍ ରିଭର ମହାନଦୀ (ପ୍ରଯୋଜକ- ଡ. ଶ୍ୱେତ କୁମାର ଦାଶ), କଳାତ୍ମକ ଚିତ୍ର କୋକଲି (ପ୍ରଯୋଜକ- ସ୍ନେହାଶିଷ ଦାସ), ସଂସ୍କାରଧର୍ମୀ ଚଳଚ୍ଚିତ୍ର- ମା’ ନୁହେଁ ପତିତା (ପ୍ରଯୋଜକ- ଡା. ରମାରମଣ ଷଡ଼ଙ୍ଗୀ ଓ ଡା. ସରୋଜିନୀ ଷଡ଼ଙ୍ଗୀ), ଚରିତ୍ର ଅଭିନେତ୍ରୀ- ନମ୍ରତା ଦାସ, ଶ୍ରେଷ୍ଠ ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର, ଚିତ୍ରୋତ୍ତଳନକାରୀ- ରବୀନ୍ଦ୍ର ବେହେରା, ଆଲୋକ ସମ୍ପାତକାରୀ ପୀତାମ୍ବର ସାହୁ, କଳା ନିର୍ଦେଶକ ନିବାରଣ ଷଡ଼ଙ୍ଗୀ, ହାସ୍ୟାଭିନେତା ଦୀପକ ତ୍ରିପାଠୀ, ଆଭୂଷଣକାରୀ ଶରତ କୁମାର ବେହେରା, ପ୍ରଡକ୍ସନ୍‍ ବୟ ମାନସ ବେହେରା, ରୂପସଜ୍ଜାକାରୀ ଉତ୍ସବ ମହାରଣା ଆଦି ପୁରସ୍କୃତ ହୋଇଥିଲେ।

ସେହିପରି ଶ୍ରେଷ୍ଠ ଧାରାବାହିକ ନାୟକ (ଯୁଗ୍ମ ଭାବରେ) ଜଗ୍‍ଜିତ୍‍ ପାଲ (ନୂଆବୋହୂ), ଏମ୍‍. ସୁମନ କୁମାର (କୁଆଁରୀ ବୋହୂ), ଅଭିନେତ୍ରୀ (ଯୁଗ୍ମ ଭାବରେ) ଶୁଭଶ୍ରୀ ନାୟକ (ସାବିତ୍ରୀ), ନିହାରିକା ଦାଶ (କାଳିଜାଈ), ଚରିତ୍ର ଅଭିନେତା ପୃଥ୍ୱୀରାଜ ନାୟକ (କୁଆଁରୀ ବୋହୂ), ଚରିତ୍ର ଅଭିନେତ୍ରୀ ଅଙ୍କିତା କର (କାଳିଜାଈ), ଖଳନାୟିକା ସୋମା ଭୌମିକ୍‍ (ମୁଁ ବି ଅର୍ଦ୍ଧାଙ୍ଗିନୀ), ଖଳନାୟକ ପ୍ରକାଶ ଜେନା (ରହିଛି ରହିବି ତୋରି ପାଇଁ), ଉପସ୍ଥାପିକା ସୁଲଗ୍ନା ରାଉତରାୟ, ସ୍ୱତନ୍ତ୍ର ସମ୍ମାନ ଚେଲ୍‍ସି ବେହୁରା (କଣ୍ଠଶିଳ୍ପୀ)ଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରେଷ୍ଠ ନନ୍‍ ଫିଲ୍ମ ଗୀତ- ମିଛରେ କହିଦେ ଭଲ ପାଉ ବୋଲି…(ପ୍ରଯୋଜକ- ସିଦ୍ଧାର୍ଥ ମ୍ୟୁଜିକ୍‍, ଗୀତିକାର- ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦେଶକ- ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ- ହ୍ୟୁମାନ ସାଗର) ପୁରସ୍କୃତ ହୋଇଥିଲା।ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଅତିରିକ୍ତ ଶାସନ ସଚିବ ଦିଲୀପ ରାଉତରାୟ, ଆୟକର ବିଭାଗର ପୂର୍ବତନ ମୁଖ୍ୟ କମିଶନର ଶରତ କୁମାର ଦାଶ ଆଦି ଅତିଥି ଭାବରେ ଯୋଗ ଦେଇଥିଲେ। ଉପଦେଷ୍ଟା ନିର୍‍ତାର ନିର୍ଦେଶକ ପ୍ରଫେସର ଡା. ଶକ୍ତିିପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଆଦିକନ୍ଦ ରାଉତ ବିବରଣୀ ପାଠ କରିଥିଲେ।ସହ ସମ୍ପାଦକ ବିଜୟ ରାଉତରାୟ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।ଇଂ. ସ୍ଥିତପ୍ରଜ୍ଞ ରାଉତଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।/-ଦେବଦତ୍ତ ରଥ

 

ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍