Odiapua.com

ବାଣ ଫୁଟାଇ ୨ ଆହତ ; କୋରାପୁଟ ମେଡିକାଲରେ ଭର୍ତ୍ତି

କୋରାପୁଟ ;ତା୦୮-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଛୋଟ ବାଣ ଦୁର୍ଘଟଣା ହୋଇଥିବା ବେଳେ ୨ ଜଣ ବ୍ୟକ୍ତି ଆହତ ହୋଇ କୋରାପୁଟ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି।ଜୟପୁର ନିକଟ ଡଙ୍ଗରଛିଚିଂ ଗ୍ରାମର ଧନେଶ୍ୱର ଗାଦବା(୪୧) ଗତକାଲି ବାଣ ଫୁଟାଇବା ବେଳେ ବାଣ ଟି ହାତରେ ଫୁଟିଯାଇଥିଲା।ତୁରନ୍ତ କୋରାପୁଟ ମେଡିକାଲକୁ ପରିବାର ଲୋକେ ଆଣିଥିଲେ ଓ ଏବେ କୋରାପୁଟ ମେଡିକାଲର ସର୍ଜରି ଅନ୍ତଃବିଭାଗରେ ରହିଥିବା ଜଣାପଡିଛି।ନନ୍ଦପୁର ବ୍ଲକ ଅନ୍ତର୍ଗତ ସିଲପଣ୍ଡି ଗ୍ରାମର ରାହୁଲ ମୁଦୁଲି(୧୦) ଗତକାଲି ବାଣ ଫୁଟାଉଥିବା ସମୟରେ ଆଖିରେ ଆଘାତ ହୋଇଥିଲା।ଗତକାଲି ରାତ୍ରୀରେ କୋରାପୁଟ ମେଡିକାଲର ସର୍ଜରୀ ଅନ୍ତଃବିଭାଗରେ ରାହୁଲକୁ ରଖାଯାଇଥିଲା। ଆଜି ଚକ୍ଷୁ ଅନ୍ତଃବିଭାଗକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।