Odiapua.com

ବାଞାଲପୁଟଠାରେ କଂଗ୍ରେସର ବିଶାଳ ସମାବେଶ ; କୋରାପୁଟରେ କୋରାପୁଟିଆଙ୍କୁ ନିଯୁକ୍ତ ଦିଅ ନ ହେଲେ ୧୦ ହଜାର ବେକାର ଯୁବକ/ଯୁବତୀ ନକ୍ସଲରେ ସାମିଲ ହେବେ-ବିଧାୟକ ଶ୍ରୀ ବାହିନିପତି

କୋରାପୁଟ ; ତା୧୧-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟରେ କୋରାପୁଟିଆଙ୍କୁ ନିଯୁକ୍ତ ଦିଅ ନ ହେଲେ ୧୦ ହଜାର ବେକାର ଯୁବକ/ଯୁବତୀ ନକ୍ସଲରେ ସାମିଲ ହେବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ବାଞାଲପୁଟଠାରେ ଆୟୋଜିତ କଂଗ୍ରେସ ସମାବେଶରେ ମତବ୍ୟକ୍ତ କରିଛନ୍ତି ।ବିଧାନସଭାରେ ବାରମ୍ବାର ଉପସ୍ତାପନା କରାଯାଉଥିଲେ ସୁଦ୍ଧା ରାଜ୍ୟ ସରକାର ସ୍ଥାନୀୟ ବେକାର ଯୁବକ /ଯୁବତୀମାନଙ୍କୁ ଚାକିରୀ ନ ଦେଇ ବାହାର ଜିଲ୍ଲାକୁ ପ୍ରଧାନ୍ୟ ଦେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।ଉଭୟ ବିଜେଡି ଓବିଜେପି ସରକାର ରାଜ୍ୟରେ ୯ ବର୍ଷ ଶାସନ କଲେ କିନ୍ତୁ କୋରାପୁଟ ର କୈାଣସି ବିକାଶ ହୋଇ ନ ଥିଲା ଓ ବିଜେଡି ୧୮ ବର୍ଷ ଶାସନ କଲେ ଯେଉଁ ଶାସନରେ ଦୁର୍ନିତିର ଚେର ମାଡିି ବସିଛି ବୋଲି ସେ ଅଭିଯୋଗ କରିଥିଲେ । ବିଡିଓ ଅଫିସରେ ସର୍ବାଧିକ ୩୫ ପ୍ରତିଶତ ପିସି କାରବାର ହେଉଥିବା ସେ ଆହୁରୀ ଅଭିଯୋଗ କରିଥିଲେ ।କୋରାପୁଟ ଜିଲ୍ଲାରେ ବିକାଶ ନାହିଁ ବୋଲି ସେ ପ୍ରକାଶ କରିଥିଲେ ।ଚାଷୀମାନେ ଉତ୍ପାଦିତ ମୂଲ୍ୟର ଅର୍ଥ ନ ପାଇ ଅତି ଦୁଃଖକଷ୍ଟରେ ଚଳୁଥିବା ସେ ସୂଚନା ଦେଇଥିଲେ ।ଆସନ୍ତା ନିର୍ବାଚନରେ କୋରାପୁଟ ଜିଲ୍ଲାର ୫ ଟି ବିଧାନ ସଭା ଓ ଗୋଟିଏ ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ନନ୍ଦପୁର ବ୍ଲକ କଂଗ୍ରେସ କମିଟି ସଭାପତି କାମେଶ କାମେଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଡାବୁଗାଁ ବିଧାୟକ ତଥା ରାଜ୍ୟ କଂଗ୍ରେସ କମିଟି ଅନୁସୁଚିତ ଜନଜାତି ସେଲ ସଭାପତି ଭୁଜବଳ ମାଝି , ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ପ୍ରଭାରୀ ନକୁଳ ନାୟକ , ଜିଲ୍ଲା କଂଗ୍ରେସ କମିଟି ସଭାପତି ମିନାକ୍ଷୀ ବାହିନିପତି , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି , ବି .ସାହୁ ,ନରସିଂହ ବେହେରା ,ନନ୍ଦପୁର ବ୍ଲକ ଅଧ୍ୟକ୍ଷ ମଧୁ ମୁଦୁଲି , ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଓ ଚନ୍ଦ୍ରମା ସାଆନ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି ଅବସରରେ ଗୋଲୁର ପଂଚାୟତର ପୂର୍ବତନ ସରପଂଚ ସୁବାସ ପାଙ୍ଗୀଙ୍କ ସହ ୬୦ ଜଣ ବିଜେଡି କର୍ମି କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।ଗୋଲୁର ପଂଚାୟତର ଗ୍ରାମଗୁଡିକ ଦୁର୍ଗମ ଅଂଚଳରେ ରହିଥିବାରୁ ବିକାଶ କରିବାକୁ ବାରମ୍ବାର ବିଧାୟକଙ୍କୁ ଦାବି କରିବା ସତ୍ୱେ ସେ କର୍ଣ୍ଣପାତ କରି ନ ଥିଲେ ବୋଲି ସୁବାସ ଅଭିଯୋଗ କରିଥିଲେ ।ଅର୍ଥ ନାହିଁ ବୋଲି କହି ବିଧାୟକ ଦାବିଗୁଡାକ ଏଡାଇ ଦେଉଥିଲେ ବୋଲି ସେ ସୂଚନା ଦେଇଥିଲେ ।ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥି ଆମ୍ଭମାନଙ୍କ ସମର୍ଥନରେ ଜିତିଲେ କିନ୍ତୁ ଆମ୍ଭ ର ବିକାଶ କରୁ ନ ଥିବାରୁ ୯ ଟି ଗ୍ରାମର ୬୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ବିଜେଡି କର୍ମି ମୋ ସହିତ ଆଜି କଂଗ୍ରେସର ଟାଣୁଆ ନେତା ଶ୍ରୀ ବାହିନିପତିଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ବୋଲି ସେ ସୂଚନା ଦେଇଥିଲେ ।