Odiapua.com

ବାଜପେୟୀଙ୍କ ସ୍ମୃତିରେ କବିତା ପାଠୋତ୍ସବ

କୋରାପୁଟ ; ତା୧୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ କୋରାପୁଟ ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଅତିଥି ଭବନରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। କବୟତ୍ରୀ ସ୍ନିଗ୍ଧାରାଣୀ ମିଶ୍ର, ଝାନସୀ ସିଂହ୍, କବି ଜଳଧର ସ୍ୱାଇଁ, ଜଗବନ୍ଧୁ ସାମଲ, ରବି ଶତପଥି, ବିଜୟ ପ୍ରଧାନ, ଦେବୀ କାରା ପ୍ରମୁଖ ଯୋଗ ଦେଇ ସେମାନଙ୍କ କବିତା ଉପସ୍ଥାପନା କରିଥିଲେ। ବିଜେପି ନେତା ସଂଜୀବ କୁମାର, ନୃପେନ୍ଦ୍ର ବାଘ, ସନ୍ତୋଷ ଦାଶ, ବିଜୁ ଦଳେଇ, ଜୟରାମ ଗରଡା, ହରି ଖେମୁଣ୍ଡୁ, ଦେବେନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।